OMC 1 banner

ମହାରାଷ୍ଟ୍ର ସରକାର ଗଠନ ଘଟଣାକ୍ରମ

maharastra govt formation row

– ୨୦୧୯ ଅକ୍ଟୋବର ୨୧: ମହାରାଷ୍ଟ୍ର ବିଧାନସଭା ପାଇଁ ମତଦାନ।
– ଅକ୍ଟୋବର ୨୪: ଫଳାଫଳ ଘୋଷଣା। ବିଜେପି ୧୦୫, ଶିବସେନା ୫୬, ଏନସିପି ୫୪ ଏବଂ କଂଗ୍ରେସ ୪୪ ଆସନରେ ବିଜୟୀ।
– ନଭେମ୍ବର ୯: ସରକାର ଗଠନ ପାଇଁ ବିଜେପିକୁ ଆମନ୍ତ୍ରଣ କଲେ ରାଜ୍ୟପାଳ ବି.ଏସ. କୋଶିୟାରୀ।
– ନଭେମ୍ବର ୧୦: ସରକାର ଗଠନ ପାଇଁ ବିଜେପିର ଅକ୍ଷମତା ପ୍ରକାଶ।
– ନଭେମ୍ବର ୧୦: ସରକାର ଗଠନ ନିମନ୍ତେ ଶିବସେନାକୁ ରାଜ୍ୟପାଳଙ୍କ ଆମନ୍ତ୍ରଣ ଓ ସଂଖ୍ୟାଗରିଷ୍ଠତା ପ୍ରମାଣ ପାଇଁ ୨୪ ଘଣ୍ଟା ସମୟ ପ୍ରଦାନ।
– ନଭେମ୍ବର ୧୧: ସରକାର ଗଠନ କରିବାକୁ ଶିବସେନାର ଦାବି ଉପସ୍ଥାପନ। ସଂଖ୍ୟାଗରିଷ୍ଠତା ପ୍ରମାଣ ଲାଗି ଅଧିକ ୩ ଦିନ ସମୟ ଦେବାକୁ ନିବେଦନ।
– ନଭେମ୍ବର ୧୧: ଶିବସେନାର ନିବେଦନ ଓ ଦାବିକୁ ରାଜ୍ୟପାଳଙ୍କ ପ୍ରତ୍ୟାଖ୍ୟାନ। ଏନସିପିକୁ ସରକାର ଗଠନ ପାଇଁ ଆମନ୍ତ୍ରଣ।
– ନଭେମ୍ବର ୧୨: ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ।
– ନଭେମ୍ବର ୨୨: ଶିବସେନା-ଏନସିପି-କଂଗ୍ରେସର ନିର୍ବାଚନ ପରବର୍ତ୍ତୀ ମେଣ୍ଟ ‘ମହାରାଷ୍ଟ୍ର ବିକାଶ ଅଘାଡି’ର ମୁଖ୍ୟମନ୍ତ୍ରୀ ଭାବେ ଉଦ୍ଧବ ଠାକରେଙ୍କୁ ସମର୍ଥନ।
– ନଭେମ୍ବର ୨୩: ପୂର୍ବାହ୍ଣ ୫ଟା ୪୭ରେ ରାଜ୍ୟରୁ ରାଷ୍ଟ୍ରପତି ଶାସନ ହଟିଲା। ଦେବେନ୍ଦ୍ର ଫଡନବିସ ମୁଖ୍ୟମନ୍ତ୍ରୀ ଓ ଅଜିତ ପାୱାର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ପାଠ କଲେ।
– ନଭେମ୍ବର ୨୩: ଫଡନବିସଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ପାଠ କରାଇବା ନେଇ ରାଜ୍ୟପାଳ ଭଗତ ସିଂହ କୋଶିୟାରୀଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ଶିବସେନା-ଏନସିପି-କଂଗ୍ରେସ ପକ୍ଷରୁ ସୁପ୍ରିମକୋର୍ଟରେ ଆବେଦନ।
– ନଭେମ୍ବର ୨୪: ରାଷ୍ଟ୍ରପତି ଶାସନ ଲାଗୁ ନେଇ ରାଜ୍ୟପାଳଙ୍କ ସୁପାରିସ ପତ୍ର ଓ ଫଡନବିସଙ୍କୁ ସମର୍ଥନ ପତ୍ର ନଭେମ୍ବର ୨୫ ସକାଳ ସୁଦ୍ଧା ଦାଖଲ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦେଶ।
– ନଭେମ୍ବର ୨୫: ପକ୍ଷମାନଙ୍କ ଯୁକ୍ତି ଶୁଣାଣି ପରେ ରାୟ ସଂରକ୍ଷିତ ରଖିଲେ ସର୍ବୋଚ୍ଚ ଅଦାଲତ।
– ନଭେମ୍ବର ୨୬: ନଭେମ୍ବର ୨୭ ଅପରାହ୍ଣ ୫ଟା ପୂର୍ବରୁ ସଂଖ୍ୟାଗରିଷ୍ଠତା ପ୍ରମାଣ ଦେବାକୁ ଫଡନବିସ ସରକାରକୁ ସୁପ୍ରିମକୋର୍ଟଙ୍କ ନିର୍ଦେଶ।
– ନଭେମ୍ବର ୨୬: ଅପରାହ୍ଣ ୩ଟା୨୭: ଉପମୁଖ୍ୟମନ୍ତ୍ରୀ ପଦରୁ ଅଜିତ ପୱାରଙ୍କ ଇସ୍ତଫା।
– ନଭେମ୍ବର ୨୬: ଅପରାହ୍ଣ ୩ଟା୫୦: ଅଜିତଙ୍କ ଇସ୍ତଫା ପରେ ବିଜେପି ସରକାର ନିକଟରେ ବହୁମତ ନ ଥିବା ଫଡନବିସଙ୍କ ଘୋଷଣା ଓ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା
– ନଭେମ୍ବର ୨୭: ପୂର୍ବାହ୍ନ ୧୧ଟାରୁ ନବ ନିର୍ବାଚିତ ବିଧାୟକମାନଙ୍କ ଶପଥ ଗ୍ରହଣ

Comments are closed.