www.samajalive.in
Monday, December 8, 2025
16.1 C
Bhubaneswar

ବାଲିନାଲି ଟ୍ରିପଲ୍ ମର୍ଡର କେସର ପର୍ଦ୍ଦାଫାଶ

ଦେବଗଡ଼: ଦେବଗଡ ଜିଲା ବାରକୋଟ ଥାନା ଅନ୍ତର୍ଗତ ବାଲିନାଳି ସଂରକ୍ଷିତ ଜଙ୍ଗଲରେ ଘଟିଥିବା ବହୁ ଚର୍ଚ୍ଚିତ ଟ୍ରିପଲ ମର୍ଡର କେସର ପର୍ଦ୍ଦାଫାଶ ହୋଇଛି। ଏହି ଘଟଣାରେ ପୁଲିସ ନିକଟସ୍ଥ ବଡତଇଳା ଗ୍ରାମର ମୁଖ୍ୟ ଅଭିଯୁକ୍ତ ବିକ୍ରମ ପ୍ରଧାନ, ତା’ର ବାପା ସୋମନାଥ ପ୍ରଧାନ, ମାଆ ରୂପେଲୀ ପ୍ରଧାନ ଓ ବନ୍ଧୁ ସମରଖାଇ ଗ୍ରାମର ଅମର ସାମଲକୁ ଗିରଫ କରିଛି। ତେବେ ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ବିକ୍ରମର ଭାଇ ଚିନ୍ମୟ ପ୍ରଧାନ ଫେରାର ଥିବାରୁ ତାକୁ ଗିରଫ କରାଯାଇପାରି ନାହିଁ। ଗିରଫ ଅଭିଯୁକ୍ତ ୪ ଜଣଙ୍କୁ ଆଜି କୋର୍ଟ ଚାକଲାଣ କରାଯିବ ବୋଲି ଦେବଗଡ ଏସ.ପି. ରାହୁଲ ଜୈଣ ବାରକୋଟ ଥାନାରେ ଅୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ଏସ.ପି. ଶ୍ରୀ ଜୈନଙ୍କ ସୂଚନା ଅନୁଯାୟୀ, ଅଭିଯୁକ୍ତ ବିକ୍ରମ ପ୍ରଧାନ ବ୍ରଜରାଜନଗର ସ୍ଥିତ ଏକ ଦୋକାନରେ କାମ କରୁଥିବା ବେଳେ କିଛି ବର୍ଷ ପୂର୍ବେ ସେଠାକାର ନିକି ଓରଫ ନୁରୁନ ନାମ୍ନୀ ଜଣେ ଯୁବତୀଙ୍କୁ ବିବାହ କରିଥିଲା। ସେମାନଙ୍କର ଏକ ୪ ବର୍ଷର ଓ ଏକ ୩ ମାସର ଶିଶୁ କନ୍ୟା ରହିଥିଲା। ତେବେ ବିକ୍ରମର ଅନ୍ୟ ଜଣେ ଯୁବତୀଙ୍କ ସହ ଅନୈତିକ ସମ୍ମର୍କ ରହିଥିବା ନେଇ ନିକି ସନ୍ଦେହ କରୁଥିବାରୁ ଉଭୟଙ୍କ ଅନେକ ସମୟରେ ପାଠିତୁଣ୍ଡ ହେଉଥିଲା। ଅନ୍ୟ ପକ୍ଷରେ ଭିନ୍ନ ଜାତିରେ ବିବାହ କରିଥିବାରୁ ସାନଭାଇ ଚିନ୍ମୟର ବିବାହରେ ଏହା ପ୍ରତିବନ୍ଧକ ସୃଷ୍ଟି କରୁଛି ବୋଲି ଭାବି ବିକ୍ରମର ପରିବାରଲୋକ ନିକି ଉପରେ ଅସନ୍ତୁଷ୍ଟ ଥିଲେ। ନିକିକୁ ରାସ୍ତାରୁ ହଠାଇବା ପାଇଁ ବିକ୍ରମ, ସାନଭାଇ ଚିନ୍ମୟ ଏବଂ ପିତା-ମାତା ଷଡଯନ୍ତ୍ର କରିଥିଲେ।

- Advertisement -

ଷଡଯନ୍ତ୍ର ଅନୁଯାୟୀ, ବିକ୍ରମ ତାର ବନ୍ଧୁ ଅମର ସାମଲକୁ କହି ବାଲିନାଳି ଜଙ୍ଗଲରେ ଏକ ବଡ ଗାତ ଖୋଳାଇଥିଲା। ସାନଭାଇ ଚିନ୍ମୟ ବିବାହ ଉତ୍ସବରେ ଯୋଗ ଦେବା ପାଇଁ ବିକ୍ରମ ଗତ ଅକ୍ଟୋବର ୧୭ ତାରିଖ ସକାଳେ ସ୍ତ୍ରୀ ନିକି ଓ ଦୁଇ ଶିଶୁଙ୍କୁ ଧରି ସମ୍ବଲପୁର ଆସିଥିଲେ। ସେଠାରେ ଏକ ହୋଟେଲରେ ରହିବା ପରେ ରାତିରେ ଏକ ଭଡା ଗାଡିରେ ଆମ୍ବ କଟା ଛକ ନିକଟସ୍ଥ ୪୯ ନମ୍ବର ଜାତୀୟ ରାଜପଥରେ ଓହ୍ଲାଇଥିଲେ। ସେଠାରେ ପୂର୍ବରୁ ଅପେକ୍ଷା କରିଥିବା ଚିନ୍ମୟ ସେମାନଙ୍କୁ ଏକ ବାଇକ ଯୋଗେ ବାଲିନାଳି ଗ୍ରାମ ନିକଟସ୍ଥ ସଂରକ୍ଷିତ ଜଙ୍ଗଲକୁ ନେଇଥିଲା। ସେଠାରେ ବିକ୍ରମ ଓ ଚିନ୍ମୟ ଦୁହେଁ ମିଶି ଏକ ଥର୍ମୋକୁଲ କଟର ସାହାଯ୍ୟରେ ପ୍ରଥମେ ନିକି ଓ ପରେ ଦୁଇ ଶିଶୁଙ୍କର ଗଳାକାଟି ନିର୍ମମ ଭାବେ ହତ୍ୟା କରିବା ସହ ପ୍ରମାଣ ନଷ୍ଟ ପାଇଁ ପୂର୍ବରୁ ଖୋଳା ଯାଇଥିବା ଗାତରେ ପୋତି ଦେଇଥିଲେ। ତେବେ ଗତ ନଭେମ୍ବର ୮ ତାରିଖରେ ଉକ୍ତ ଗାତରୁ ଜଣେ ମହିଳାଙ୍କର ଗଳିତ ମୃତଦେହ ବାହାରକୁ ବାହାରିଥିବା ଦେଖି ବାରକୋଟ ଥାନା ପୁଲିସକୁ ସୂଚନା ଦେଇଥିଲେ । ବାରକୋଟ ଥାନା ପୁଲିସ ଏକ ମାମଲା ରୁଜୁ କରିବା ସହ ସାଇଣ୍ଟିଫିକ୍ ଟିମ ଓ ଡଗ୍ ସ୍କ୍ୱାର୍ଡ ସହାୟତାରେ ଘଟଣାର ତଦନ୍ତ ଆରମ୍ଭ କରିଥିଲା।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories