ମସ୍‍ଜିଦ୍‍ରେ ଉଡ଼ିବ ଚୀନ୍‍ ଜାତୀୟ ପତାକା

0

ବେଜିଂ : ଚୀନ୍‍ର ସମସ୍ତ ମସ୍‍ଜିଦ୍‍ ଉପରେ ଦେଶର ଜାତୀୟ ପତାକା ଉଡ଼ିବ। ମୁସଲମାନ ସମ୍ପ୍ରଦାୟ ମଧ୍ୟରେ ଦେଶାତ୍ମବୋଧର ଉଦ୍ରେକ ପାଇଁ ଏହାକୁ ସମସ୍ତ ମସ୍‍ଜିଦ୍‍ କର୍ତ୍ତୃପକ୍ଷ ପାଳନ କରିବେ ବୋଲି ଚୀନ୍‍ ସରକାର ନିର୍ଦେଶନାମା ଜାରି କରିଛନ୍ତି। ଏହାଛଡ଼ା ଦେଶର ମସ୍‍ଜିଦ୍‍ରେ ଶାସକ କମ୍ୟୁନିଷ୍ଟ ପାର୍ଟିର ମୂଲ୍ୟବୋଧ ଇସ୍‍ଲାମିକ ଲିପିରେ ପ୍ରଦର୍ଶନ କରାଯିବ ବୋଲି ମଧ୍ୟ ନିର୍ଦେଶନାମା ଜାରି ହୋଇଛି। ସରକାରୀ ଅନୁବନ୍ଧିତ ଚୀନ୍‍ ଇସ୍‍ଲାମିକ ଆସୋସିଏସନ୍‍କୁ ଏହାର ପ୍ରଚାର ପ୍ରସାର ଦାୟିତ୍ୱ ପ୍ରଦାନ କରାଯାଇଛି। ମସ୍‍ଜିଦ୍‍ ପକ୍ଷରୁ ଦେଶର ସମ୍ବିଧାନ ଓ ଆଇନ ତଥା ଧାର୍ମିକ ନୀତି ନିୟମ ସଂକ୍ରାନ୍ତରେ ଶିକ୍ଷାଦାନ ସହିତ ସଚେତନତା କାର୍ଯ୍ୟକ୍ରମହାତକୁ ନିଆଯିବ। ମୁସଲମାନମାନେ ଚୀନ୍‍ ଭାଷା, ପାରମ୍ପରିକ ଚୀନ୍‍ ସଂସ୍କୃତି ସମ୍ପର୍କରେ ମଧ୍ୟ ଅଧ୍ୟୟନ କରିବେ ବୋଲି ନିର୍ଦେଶନାମାରେ କୁହାଯାଇଛି। ଦେଶର ଧାର୍ମିକ ସ୍ୱାଧୀନତା ସଂକ୍ରାନ୍ତ ନୀତି ନିୟମ ସଂଶୋଧନ ଆଇନ ବଳରେ ଏହି ନିର୍ଦେଶନାମା ଜାରି ହୋଇଛି।

Leave A Reply