www.samajalive.in
Monday, December 15, 2025
16.1 C
Bhubaneswar

ମହାରାଷ୍ଟ୍ର ରାଜନୀତିରେ ନାଟକୀୟ ମୋଡ଼: ଏନସିପି ସହ ମେଣ୍ଟ କରି ସରକାର ଗଢ଼ିଲା ବିଜେପି, ଫଡ୍‌ନଭୀସ ହେଲେ ମୁଖ୍ୟମନ୍ତ୍ରୀ

ମୁମ୍ବଇ: ଶେଷରେ ନାଟକୀୟ ମୋଡ ନେଇଛି ମହାରାଷ୍ଟ୍ର ରାଜନୀତି। ସବୁ ଅଙ୍କକୁ ଭୁଲ ପ୍ରମାଣିତ ହୋଇଯାଇଛି। ପ୍ରାୟ ୧ମାସ ହେବ ଯେଉଁ ଛକାପଞ୍ଝା ଏବଂ କଳ୍ପନା ଜଳ୍ପନା ଲାଗିରହିଥିଲା ତାହାର ଅବସାନ ଘଟିଛି। ଆଶ୍ଚର୍ଯ୍ୟଜନକ ଭାବେ ଏନସିପି ସହଯୋଗରେ ରାଜ୍ୟରେ ସରକାର ଗଢ଼ିଛି ବିଜେପି। ଶନିବାର ସକାଳୁ ସବୁ ଚର୍ଚ୍ଚା ଉପରେ ପୂର୍ଣ୍ଣଚ୍ଛେଦ ପକାଇ ବିଜେପି ନେତା ଦେବେନ୍ଦ୍ର ଫଡ୍‌ନଭୀସ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ଏନସିପି ନେତା ଅଜିତ ପୱାର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ୩ ସପ୍ତାହ ଧରି ଏନସିପି-ଶିବସେନା ଓ କଂଗ୍ରେସ ମଧ୍ୟରେ ମେଣ୍ଟ ସରକାର ଗଢ଼ିବା ନେଇ ଆଲୋଚନା ପର୍ଯ୍ୟାଲୋଚନା ଚାଲିଥିବାବେଳେ ଶନିବାର ସକାଳୁ ହଠାତ୍‌ ଏନସିପିର ଏଭଳି ୟୁ-ଟର୍ଣ୍ଣ ସମସ୍ତଙ୍କୁ ଚକ୍କିତ କରିଛି।

ଅନ୍ୟପଟେ ମହାରାଷ୍ଟ୍ରରେ ବିଜେପି ସରକାର ଗଢ଼ିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେବେନ୍ଦ୍ର ଫଡନଭୀସ ଏବଂ ଏନସିପି ନେତା ଅଜିତ ପୱାରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

Hot this week

ନାବାଳିକା ଝିଅକୁ ମା’ର ବଳି ଉଦ୍ୟମ !

ଜୟପୁର: କୋରାପୁଟ ଜିଲା ଜୟପୁର ଜଳସେଚନ କଲୋନୀ ତଳି ଅଞ୍ଚଳରେ ନାବାଳିକା...

ଆଜି ବି ୬,୭୦୪ ଗାଁକୁ ରାସ୍ତା ନାହିଁ

ଭୁବନେଶ୍ବର: ଦେଶ ସ୍ବାଧୀନତାର ୭୭ବର୍ଷ ପରେ ବି ରାଜ୍ୟର ୬,୭୦୪ଟି ଗାଁକୁ...

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

Related Articles

Popular Categories