www.samajalive.in
Monday, December 15, 2025
16.1 C
Bhubaneswar

ଆକାଶରୁ ଟଙ୍କାର ବର୍ଷା ନା ଆଉ କିଛି, ଜାଣନ୍ତୁ କଲକାତାର ଏକ ଘଟଣା

କଲକାତା : ଆକାଶରୁ ଟଙ୍କାର ବର୍ଷା। ଏଭଳି ଏକ କଥା କାନକୁ ଶୁଣିବାକୁ ଓ ଆଖିକୁ ଦେଖିବାକୁ ଆଶ୍ଚର୍ଯ୍ୟ ଓ ଅବିଶ୍ୱସନୀୟ। ୧୦୦ କିମ୍ବା ୧୦୦୦ ନୁହେଁ ବରଂ ଆକାଶରୁ ବିଡ଼ା ବିଡ଼ା ଟଙ୍କା ଉଡ଼ୁଛି। ଏଭଳି ଏକ ଆଶ୍ଚର୍ଯ୍ୟକର ଘଟଣା କଲକାତାରେ ଦେଖିବାକୁ ମିଳିଛି। ବୁଧବାର ଅପରାହ୍ନ ସମୟରେ କଲକାତାର ଏକ କୋଠାଘରର କୌଣସି ଏକ ମହଲାରୁ ହଠାତ ଟଙ୍କାର ବର୍ଷା ହୋଇଥିଲା। ଏହା ସେଠାରେ ଉପସ୍ଥିତ ଥିବା ଲୋକଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ସୂଚନା ଯୋଗ୍ୟ, ଆୟକର ବିଭାଗ ଅଧିକାରୀ (ଡ଼ାଇରେକ୍ଟର ଅଫ୍‍ ରେଭିନ୍ୟୁ ଇଣ୍ଟେଲିଜେନ୍ସ) କଲକାତାର ୨୭ ନମ୍ବର ବ୍ୟାଣ୍ଟ୍ରିକ ଷ୍ଟ୍ରିଟରେ ଥିବା କୋଠାଘରକୁ ଚଢାଉ ପାଇଁ ଯାଇଥିଲେ। ଉକ୍ତ କୋଠାଘରର ମହଲାରେ ଥିବା ଏକ ଘରୋଇ କମ୍ପାନୀରେ ଡ଼ିଆରଆଇ ପକ୍ଷରୁ ଏହି ଚଢାଉ କରାଯାଇଥିଲା। ହଠାତ୍‍ ସେହି ସମୟରେ ଝରକା ଦେଇ ବିଡ଼ା ବିଡ଼ା ଟଙ୍କା ତଳକୁ ଫିଙ୍ଗା ଯାଇଥିଲା ଓ ସେହି ଟଙ୍କା ଉଡ଼ି ଆସି ତଳେ ପଡ଼ୁଥିଲା। ଟଙ୍କା ମଧ୍ୟରେ ୧୦୦, ୫୦୦ ଓ ୨୦୦୦ ଟଙ୍କିଆ ମଧ୍ୟ ଥିଲା ବୋଲି ଜଣାପଡ଼ିଥିଲା। ଟଙ୍କା ତଳେ ପଡ଼ିବା ସମୟରେ କିଛି ଲୋକେ ଆଶ୍ଚର୍ଯ୍ୟ ହେବା ସହ ଅନ୍ୟ କେତେକ ଲୋକେ ଟଙ୍କା ଉଠାଇବା ପାଇଁ ବ୍ୟସ୍ତ ହୋଇପଡ଼ିଥିଲେ। ତେବେ ଡ଼ିଆରଆଇ ଯେଉଁ କମ୍ପାନୀରେ ବା କାର୍ଯ୍ୟାଳୟରେ ଚଢାଉ କରିଥିଲା ଓ ତଳେ ଫିଙ୍ଗା ଯାଇଥିବା ଟଙ୍କା ମଧ୍ୟରେ ସମ୍ବନ୍ଧ ରହିଛି କି ନାହିଁ ସେନେଇ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ସୂଚନା ମିଳିପାରି ନାହିଁ।

Hot this week

ଆଜି ବି ୬,୭୦୪ ଗାଁକୁ ରାସ୍ତା ନାହିଁ

ଭୁବନେଶ୍ବର: ଦେଶ ସ୍ବାଧୀନତାର ୭୭ବର୍ଷ ପରେ ବି ରାଜ୍ୟର ୬,୭୦୪ଟି ଗାଁକୁ...

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

Related Articles

Popular Categories