www.samajalive.in
Monday, December 15, 2025
16.1 C
Bhubaneswar

ଭାଇ ସହ ମିଶି ସ୍ବାମୀକୁ ହାଣି ଖଣ୍ଡ ଖଣ୍ଡ କରିଦେଲା ସ୍ତ୍ରୀ

ଗଞ୍ଜାମ: ଗଞ୍ଜାମ ଜିଲା ଜଗନ୍ନାଥ ପ୍ରସାଦ ଥାନା ଅନ୍ତର୍ଗତ ପଟାଧାର ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ଭାଇ ସହ ମିଶି ସ୍ତ୍ରୀ ସ୍ବାମୀକୁ ହତ୍ୟା କରିଛି। ଏହାପରେ ଥାନାରେ ଉଭୟ ମହିଳା ଓ ତାଙ୍କ ଭାଇ ଆତ୍ମ ସମର୍ପଣ କରିଥିବା ସୂଚନା ମିଳିଛି।

ମିଳିଥିବା ଖବର ଅନୁସାରେ, ଟୁଲୁ ପ୍ରଧାନ ନାମକ ବ୍ୟକ୍ତି ଭୁବନେଶ୍ବରରେ ରହି ଅଟୋ ଚଳାଇ ନିଜ ପରିବାର ପୋଷନ୍ତି। ଟୁଲୁ ଓ ତାଙ୍କ ପତ୍ନୀ ବବି ପ୍ରଧାନଙ୍କ ମଧ୍ୟରେ ଅଧିକାଂଶ ସମୟରେ ପାରିବାରିକ ଝଗଡ଼ା ଲାଗି ରହିଥାଏ। ବୁଧବାର ରାତିରେ ଟୁଲୁ ପଟାଧାର ସ୍ଥିତ ତାଙ୍କ ଶ୍ବଶୁରଘରକୁ ଆସିଥିଲେ। ସେଠାରେ ତାଙ୍କ ସ୍ତ୍ରୀ ବବି ମଧ୍ୟ ଥିଲେ। ସେଠାରେ ପୂର୍ବ ଭଳି ପୁଣି ଝଗଡ଼ା ହେବା ସହ ହାତାହାତି ମଧ୍ୟ ହୋଇଥିଲା। ଶେଷରେ ଭାଇ ଜିତୁ ବଢେଇ ସହ ମିଶି ସ୍ତ୍ରୀ ବବି ଟୁଲୁଙ୍କୁ କାତିରେ ହାଣି ଖଣ୍ଡ ବିଖଣ୍ଡିତ କରିଦେଇଥିଲେ। ନୃଶଂସ ଭାବେ ଡାହାଣ ହାତରୁ ପାପୁଲିକୁ ହାଣି ଅଲଗା କରିଦେଇଛନ୍ତି। ପରିଶେଷରେ ନିରୁପାୟ ହୋଇ ଉଭୟ ବବି ଓ ଜିତୁ ଜଗନ୍ନାଥ ପ୍ରସାଦ ଥାନାରେ ଆତ୍ମ ସମର୍ପଣ କରିଛନ୍ତି। ଜଗନ୍ନାଥପ୍ରସାଦ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହିତ ହତ୍ୟାରେ ବ୍ୟବହୃତ କାତିକୁ ମଧ୍ୟ ଜବତ କରିଛି।

Hot this week

ଆଜି ବି ୬,୭୦୪ ଗାଁକୁ ରାସ୍ତା ନାହିଁ

ଭୁବନେଶ୍ବର: ଦେଶ ସ୍ବାଧୀନତାର ୭୭ବର୍ଷ ପରେ ବି ରାଜ୍ୟର ୬,୭୦୪ଟି ଗାଁକୁ...

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

Related Articles

Popular Categories