କଟକ ଜିଲା କ୍ଷୁଦ୍ର ଶିଳ୍ପ ସଂଘର ୫୦ବର୍ଷ ପୂର୍ତ୍ତୀ ପାଳନ

କଟକ: କଟକ ଜିଲାର ଜିଲା କ୍ଷୁଦ୍ର ଶିଳ୍ପ ସଂଘ ପକ୍ଷରୁ ଶନିବାର ୫୦ବର୍ଷ ପୂର୍ତ୍ତୀ ପାଳନ କରାଯାଇଥିଲା। ଏହି ଉତ୍ସବରେ କେନ୍ଦ୍ର ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗର ମୁଖ୍ୟ ଡ.ଅରୁଣ କୁମାର ପଣ୍ଡା ମୁଖ୍ୟ ଅତିଥିଭାବରେ ଯୋଗଦେଇଥିଲେ। ସେ ତାଙ୍କର ଅଭିଭାଷଣରେ ଅବିଭକ୍ତ କଟକ ଜିଲାର ଉଦ୍ୟୋଗିମାନଙ୍କୁ ଭାରତ ସରକାରଙ୍କ ଦ୍ବାରା ପ୍ରଣିତ ନିୟମ ଗୁଡିକରୁ ଅନ୍ୟ ଉନ୍ନତ ରାଜ୍ୟମାନଙ୍କର ଉଦ୍ୟୋଗିମାନଙ୍କ ପରି ଫାଇଦା ହାସଲ ପାଇଁ  ପ୍ରବର୍ତ୍ତାଇଥିଲେ। ଏହାସହ ସ୍ଥାନୀୟ ଉଦ୍ୟୋଗୀମାନେ ସମ୍ମୁଖୀନ ହୋଉଥିବା ଅସୁବିଧା ଗୁ଼ଡିକୁ ମୁଖ୍ୟଅତିଥିଙ୍କୁ ଜଣାଇଥିଲେ। ଜିଲା ଶିଳ୍ପ ଉଦ୍ୟୋଗୀମାନଙ୍କୁ ସଂଙ୍ଘ ବୃଦ୍ଧ ଓ ବୟସ୍କ ସହାୟତା କରିବାପାଇଁ  ଅନୁରୋଧ କରିଥିଲେ। ଜିଲା ଶିଳ୍ପ ସଂଘ ସଭାପତି ସୁଶାନ୍ତ ମହାନ୍ତି ଜାତୀୟ କେନ୍ଦ୍ର ଓ ରାଜ୍ୟ ସରକାରୀ ଅଧିକାରୀ ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଏହି ଉତ୍ସବରେ ମୁଖ୍ୟ ଅତିଥି କଟକ ଜିଲାର ଶ୍ରେଷ୍ଠ ଉଦ୍ୟୋଗୀ ମାନଙ୍କୁ ସମ୍ମାନିତ କରିଥିଲେ । ଓଡିଶା କ୍ଷୁଦ୍ର ଶିଳ୍ପ ସଂଘର ସଭାପତି ସ୍ମରଜିତ ମହାନ୍ତି  ରାଜ୍ୟକୁ ଏକ ଶିଳ୍ପ ସମୃଦ୍ଧ ଭାବରେ ଗଢିବା ପାଇଁ ପରାମର୍ଶ ଦେଇଥିଲେ।ଏହି ଉତ୍ସବରେ   ଉପସଭାପତି ସଞ୍ଜୟ କୁମାର ସ୍ବାଇଁ , ସହ ସମ୍ପାଦକ ସୁରେନ୍ଦ୍ର କୁମାର ସାହୁ ଓ ଅନ୍ୟ କର୍ମକର୍ତ୍ତାମାନେ ଯୋଗଦେଇଥିଲେ ।

kalyan agarbati

Comments are closed.