କମିସନରେଟ ପୁଲିସ ମୁଖ୍ୟାଳାୟର ଲିଫ୍ଟରେ ଫସିଲେ;  ୫ ଆଇନଜୀବୀ ଓ ଡାକ୍ତର

୧୦ ମନିଟ ପରେ ଲିଫ୍ଟ ତାଡି ବାହାରିଲେ

ଭୁବନେଶ୍ବର : କମିଶନରେଟ ପୁଲିସ ମୁଖ୍ୟାଳୟରେ ବୁଧବାର ଲିଫ୍ଟ ଅଚଳ ହୋଇଯିବାରୁ ୫ ଜଣ ଅଳ୍ପରେ ବର୍ତ୍ତି ଯାଇଛନ୍ତି । ଏନେଇ  ସେମାନେ ପୁଲିସ କମିଶନରଙ୍କ ଦୃଷ୍ଟି ଆକର୍ଷଣ କରି ଘଟଣା ବିଷୟରେ ଜଣାଇଛନ୍ତି।  କଟକର ୫ ଆଇନଜୀବୀ ଓ ଡାକ୍ତର ଟ୍ରାଫିକ ସମ୍ପର୍କିତ କୌଣସି କାରଣକୁ ନେଇ ଟ୍ରାଫିକ ଡିସିପିଙ୍କୁ ଭେଟିବା ଲାଗି ପୁଲିସ କମିଶନର ମୁଖ୍ୟାଳୟକୁ ଆସିଥିଲେ ।  ୩ ମହଲାରୁ ଫେରିବାବେଳେ  ପ୍ରଥମ ମହଲାରେ ପହଞ୍ଚି ଲିଫ୍ଟଟି ଅଚଳ ହୋଇଯିବା ସହ ଫ୍ୟାନଟି ବନ୍ଦ ହୋଇଯାଇଥିଲା । ଲିଫ୍ଟରେ  ଆସୁଥିବା ୫ଜଣ ଫସି ଯାଇଥିଲେ । ପ୍ରୟ ୧୦ ମିନିଟ  ପାଟି କରି ଡାକିଥିଲେ ମଧ୍ୟ ସେମାନଙ୍କୁ  ଉଦ୍ଧାର କରିବା ଲାଗି  କେହି ଆସିନଥିଲେ ।  କିଛି ସମୟପରେ  ସେମାନେ ପିସିଆରକୁ ଏ ସମ୍ପର୍କରେ ଜଣାଇଥିଲେ । ହେଲେ  ଆଉ ଅପେକ୍ଷା ନ କରି ଲିଫ୍ଟର ଗୋଟିଏ ପଟକୁ ସମସ୍ତେ ଟାଣି ଜଣେ ଜଣେ କରି ସେଠାରୁ ବାହାରିଥିଲେ ବୋଲି ଡାକ୍ତର ଅବନ୍ତି ଦାଶ ମହାପାତ୍ର କହିଛନ୍ତି।  ଏହାର କିଛି ସମୟପରେ ପିସିଆର୍ ଭ୍ୟାନ ଘଟଣାସ୍ଥାନରେ ପହଞ୍ଚିଥିଲା । ଆଉ କେଇ ମିନିଟ ଲିଫ୍ଟରେ  ଫସିଯାଇଥିଲେ  ସେମାନେ ଶ୍ବାସରୁଦ୍ଧ ହୋଇଯାଇ ଥାନ୍ତେ ବୋଲି  ଗଣମାଧ୍ୟମକୁ କହିଛନ୍ତି। ସେମାନଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଏକ ବଡ଼ ଦୁର୍ଘଟଣା ବର୍ତ୍ତି ଯାଇଛନ୍ତି।

prayash

 ସୂଚନା ଅନୁଯାୟୀ, ସେହିପରି କିଛି ଦିନ ତଳେ ନୂଆ କରି ହୋଇଥିବା ଖାରବେଳ ଭବନ  ଲିଫ୍ଟରେ ସମାନ ଢଙ୍ଗରେ ୫ କର୍ମଚାରୀ ଫସିଯାଇଥିଲେ।  ସେମାନଙ୍କୁ ସେଠାରେ କାମ କରୁଥିବା କେତକ କର୍ମଚାରୀ ଲିଫ୍ଟ ତାଡି ଉଦ୍ଧାର କରିଥିଲେ । ଏଭଳି ଗୁରୁତ୍ବପୂର୍ଣ୍ଣ ସ୍ଥାନରେ ଲିଫ୍ଟ ସମସ୍ୟାକୁ କିପରି ଦୂର କରାଯାଇ ପାରିବ କର୍ତ୍ତୃପକ୍ଷଙ୍କ ଲାଗି ଆହ୍ବାନ ହୋଇଛି।

kalyan agarbati

Comments are closed.