www.samajalive.in
Sunday, December 14, 2025
19.1 C
Bhubaneswar

ଓଡିଶାରେ ଗଚ୍ଛିତ କ୍ରୋମିୟମ ବିଶ୍ୱ ଚାହିଦାକୁ ପୂରଣ କରିବ – କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର: ନୂଆଦିଲ୍ଲୀଠାରେ ଅନ୍ତର୍ଜାତୀୟ କ୍ରୋମିୟମ ବିକାଶ ସଂଘ ପକ୍ଷରୁ ‘କ୍ରୋମିୟମ ୨୦୧୯’ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ଏହି ସମ୍ମିଳନୀରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇଥିଲେ।  ଓଡିଶାରେ ଗଚ୍ଛିତ ଅମାପ କ୍ରୋମିୟମ ବିଶ୍ୱ ଚାହିଦାକୁ ପୂରଣ କରିବାରେ ବଡ ଭୂମିକା ନେବ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ଓଡିଶାରେ ୯୫ ପ୍ରତିଶତରୁ ଊର୍ଦ୍ଧ୍ବ କ୍ରୋମିୟମ ଗଚ୍ଛିତ ଅଛି। ଯାହା ଅଧିକ ଗୁଣବତା ବା ଉଚ୍ଚ ମୂଲ୍ୟଯୁକ୍ତ ବିଶିଷ୍ଟ। ଦେଶରେ କ୍ରୋମିୟମ କ୍ଷେତ୍ରରେ ଓଡିଶା ଅଗ୍ରଣୀ ଭୂମିକା ଗ୍ରହଣ କରୁଥିବା ବେଳେ ଓଡିଶା ଅଧିକରୁ ଅଧିକ ଘରୋଇ ନିଯୁକ୍ତି ସୃଷ୍ଟି କରିବାର ମଧ୍ୟ କ୍ଷମତା ରଖିଛି ବୋଲି କହିଛନ୍ତି।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ଆମେରିକୀୟ ଡଲାରରେ ୫ ଟ୍ରିଲିୟନ ଅର୍ଥନୀତିକୁ ହାସଲ କରିବାର ଲକ୍ଷ୍ୟ ରଖିଛି। ତେଣୁ ଦେଶରେ ଉଭୟ ବ୍ୟବସାୟିକ ଓ ଜନସାଧାରଣଙ୍କ ଜୀବନଶୈଳୀ ଉପରେ ଅଧିକ ଯୋର ଦିଆଯାଇଛି। ପୁଞ୍ଜିନିବେଶ କରିବା ପାଇଁ ଭାରତ ଏକ ଉତ୍କୃଷ୍ଟ ସ୍ଥାନ ବୋଲି କହିଛନ୍ତି।

- Advertisement -

ସେ କହିଛନ୍ତି, ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ପୁଞ୍ଜିନିବେଶ ବୃଦ୍ଧି କରିବା ନେଇ ପୁଞ୍ଜିନିବେଶକାରୀଙ୍କୁ ଆକୃଷ୍ଟ କରିବା ପାଇଁ ଅନେକ ଉଦ୍ୟମ କରାଯାଉଛି। ରାଜନୈତିକ  ସ୍ଥିରତା, ପୂର୍ବାନୁମାନ ନୀତି ଏବଂ ଗୋଟିଏ ବୃହତ ବଜାର ପାଇଁ ବିଶ୍ୱ ପୁଞ୍ଜିନିବେଶକାରୀଙ୍କ ପାଇଁ ଭାରତ ଏକ ଉତ୍କୃଷ୍ଟ ସ୍ଥାନ ହୋଇପାରିଛି। ଭାରତୀୟ ଇସ୍ପାତ କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ନୀତିଗତ ପଦକ୍ଷେପ ଏବଂ ଇସ୍ପାତ୍‍ ଶିଳ୍ପ ଗୁଡିକର ଉଦ୍ୟମ କାରଣରୁ ଭାରତୀୟ ଇସ୍ପାତ କ୍ଷେତ୍ରରେ ବିଗତ ଦିନମାନଙ୍କରେ ଅନେକ ସୁପ୍ରଭାବ ପରିଲିକ୍ଷିତ ହୋଇଛି। ଭାରତରେ କଳଙ୍କ ଲାଗୁନଥିବା ଇସ୍ପାତର ଉତ୍ପାଦନ ଏବଂ ବ୍ୟବହାରର ବୃଦ୍ଧି ଦେଶର ଅର୍ଥନୀତିକୁ ମଜବୁତ୍‍ କରିବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି । କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଇଜ୍‍ ଅଫ୍‍ ଡୁଇଙ୍ଗ୍‍ ବିଜନେସ ଅର୍ଥାତ୍‍ ବ୍ୟବସାୟ କାରବାରରେ ଭାରତ ଅଧିକ ବିକାଶ କରିବା ଏବଂ କିଭଳି ପୁଞ୍ଜିନିବେଶ ନିମନ୍ତେ ଭାରତ ଏକ ଉତ୍କୃଷ୍ଟ ସ୍ଥଳ ହୋଇପାରିଛି ତାହା ଉପରେ ଚର୍ଚ୍ଚା କରିଥିଲେ। ଏହି ଅବସରରେ ସେ ବିଭିନ୍ନ ଉଦ୍ୟୋଗୀ ଏବଂ ପୁଞ୍ଜିନିବେଶକାରୀଙ୍କୁ ଭାରତ ସହ ସହଯୋଗୀ ହୋଇ ଦେଶର ବିକାଶ ଯାତ୍ରାରେ ସାମିଲ ହେବା ପାଇଁ ନିମନ୍ତ୍ରଣ କରିଥିଲେ।

 

Hot this week

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

Related Articles

Popular Categories