www.samajalive.in
Sunday, December 14, 2025
14.1 C
Bhubaneswar

‘ପାଟଣାଗଡ଼’କୁ ସୁପ୍ରିମ କୋର୍ଟରୁ ଆଶ୍ବସ୍ତି : ଶେଷ ନିଷ୍ପତ୍ତି ନେବ ସେନ୍‌ସର ବୋର୍ଡ

ଭୁବନେଶ୍ବର : ଦ୍ବିଭାଷୀ ଚିତ୍ର ‘ପାଟଣାଗଡ଼’କୁ ସୁପ୍ରିମ୍‌କୋର୍ଟରୁ ଆଶ୍ବସ୍ତି ମିଳିଛି। ଏହି ଚିତ୍ରର ମୁକ୍ତିଲାଭ ଉପରେ ରୋକ ଲଗାଇବାକୁ ମନା କରିଛନ୍ତି କୋର୍ଟ। ଏହାର ମୁକ୍ତିଲାଭ ଉପରେ ସେନ୍‌ସର ବୋର୍ଡ ଚୂଡ଼ାନ୍ତ ନିଷ୍ପତ୍ତି ନେବ ବୋଲି କୋର୍ଟ ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି।
ପାଟଣାଗଡ଼ ପାର୍ସଲ ବୋମା ଉପରେ ଏହି ଚିତ୍ରର କାହାଣୀ ଆଧାରିତ ହୋଇଥିବା ଦର୍ଶାଇ ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲଙ୍କ ପତ୍ନୀ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ତେବେ କୋର୍ଟଙ୍କ ରାୟ ପରେ ପ୍ରଯୋଜନା ସଂସ୍ଥା ଆଶ୍ବସ୍ତି ପ୍ରକାଶ କରିଛି।
ଶ୍ରୀଧର ମାର୍ଥା ପ୍ରଯୋଜିତ, ରାଜେଶ ଟଚରିଭର ପ୍ରଯୋଜିତ ଏହି ଚିତ୍ରରେ ଅତୁଲ କୁଲକର୍ଣ୍ଣି, ମନୋଜ ମିଶ୍ର, ଅନୁ ଚୌଧୁରୀ, ତନକିଲା ଭର୍ଣ୍ଣି, ପୁଷ୍ପା ପଣ୍ଡା ପ୍ରମୁଖ ଅଭିନୟ କରିଛନ୍ତି। ଉଭୟ ଓଡ଼ିଆ ଓ ତେଲୁଗୁ ଭାଷାରେ ଏହା ନିର୍ମିତ ହୋଇଛି। ନିକଟରେ ଏହି ଚିତ୍ରକୁ ଉଦ୍ଦେଶ୍ୟମୂଳକ ଭାବେ କୋଲକାତା ଚଳଚ୍ଚିତ୍ର ଉତ୍ସବରୁ ବାଦ୍‌ ଦିଆଯାଇଥିବା ନେଇ ପ୍ରଯୋଜକ, ନାୟକ ପ୍ରମୁଖ ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଥିଲେ।

Hot this week

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

ଜିଲାପାଳଙ୍କୁ ମୁଣ୍ଡିଆ ମାରି ଧାନ କିଣିବାକୁ ଗୁହାରି

ପଦ୍ମପୁର : ଧାନକିଣାରେ ବ୍ୟାପକ ଅବ୍ୟବସ୍ଥା ପଦ୍ମପୁର ଉପଖଣ୍ଡ ଚାଷୀଙ୍କ ଅସନ୍ତୋଷର...

ସାପ୍ତାହିକ ରାଶିଫଳ: ଏହି ଦୁଇ ରାଶି ସତର୍କ ରୁହନ୍ତୁ

ମେଷ: ରବିବାର ଓ ସୋମବାର କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇବେ। ନୂତନ କାର୍ଯ୍ୟ ପାଇଁ...

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

Related Articles

Popular Categories