www.samajalive.in
Sunday, December 14, 2025
23.1 C
Bhubaneswar

ନନ୍ଦନକାନନ ଟିକଟ କାଉଣ୍ଟରରେ ପର୍ଯ୍ୟଟକଙ୍କୁ ଠକେଇ, କର୍ତ୍ତୃପକ୍ଷ ନିରବଦ୍ରଷ୍ଟା

ନନ୍ଦନକାନନ: ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଟିକଟ କାଉଣ୍ଟରରେ ଟିକେଟ ବିକ୍ରିରେ ଠକାମିକୁ ନେଇ ପର୍ଯ୍ୟଟକମାନେ ବିରକ୍ତି ପ୍ରକାଶ କରିଛନ୍ତି। ମଙ୍ଗଳବାର ସକାଳେ କୋଲକତାର ମେଦିନୀପୁର ଅଞ୍ଚଳର କିଛି ପର୍ଯ୍ୟଟକ ନନ୍ଦନକାନନ ବୁଲିବାକୁ ଆସିଥିଲେ। ସେମାନଙ୍କ ମଧ୍ୟରୁ ମେଦିନୀପୁର କାଶି ଗୋପିନାଥପୁରର ବିଷ୍ଣୁପଦ ମୋନା ତାଙ୍କ ସ୍ତ୍ରୀ ଓ ଦୁଇ ନାବାଳକ ପୁଅକୁ ନେଇ ନନ୍ଦନକାନ ଆସିଥିଲେ। ଟିକଟ କାଟିବାକୁ ପ୍ରାଣୀ ଉଦ୍ୟାନର ୩ନଂ କାଉଣ୍ଟରକୁ ଯାଇ ଦୁଇଜଣ ବୟସ୍କ ଓ ଦୁଇଜଣ ନାବାଳକ ପିଲାଙ୍କ ଟିକଟ କରିବାକୁ କାଉଣ୍ଟର କର୍ମଚାରୀଙ୍କୁ ୧୨୦ ଟଙ୍କା ଟିକେଟ ପାଇଁ ଦେଇଥିଲେ। କିନ୍ତୁ ନନ୍ଦନକାନନ ପ୍ରବେଶ ପଥରେ ଥିବା ଟିକଟ ଯାଞ୍ଚ କରିବାକୁ ଥିବା ମେସିନ ଏହି ଟିକଟକୁ ଗ୍ରହଣ ନକରିବାରୁ ନିରାପତ୍ତା ରକ୍ଷୀମାନେ ଭିତରକୁ ଛାଡିନଥିଲେ। ଏହାକୁ ନେଇ ଯୁକ୍ତି ତର୍କ ହେବାପରେ ଟିକେଟ ଯାଞ୍ଚ କରିବାରୁ ଜଣାପଡିଥିଲା କାଉଣ୍ଟରରୁ ମିଳିଥିବା‌ ୪ଟି ଟିକଟ ନାବାଳକଙ୍କ ପାଇଁ ଉଦିଷ୍ଟ କିନ୍ତୁ ମୋନା ୨ଟି ବୟସ୍କ ବ୍ୟକ୍ତିମାନଙ୍କ ପାଇଁ ଟିକଟ ବାବଦକୁ ୧୦୦ ଟଙ୍କା ଏବଂ ୨ଜଣ ନାବାଳକ ମାନଙ୍କ ପାଇଁ ୨୦ ଟଙ୍କା ଦେଇଥିଲେ। କିନ୍ତୁ କାଉଣ୍ଟର କର୍ମଚାରୀ ୪ଟି ଶିଶୁ ଟିକେଟ ଦେଇଥିଲେ।

ଏହି ଘଟଣାକୁ ନେଇ ନନ୍ଦନକାନନ ପ୍ରବେଶ ଦ୍ୱାରରେ ଥିବା କର୍ମଚାରୀ ଓ ନିରାପତ୍ତାରକ୍ଷୀମାନଙ୍କ ସହ ପର୍ଯ୍ୟଟକଙ୍କ ସହ ପାଟିତୁଣ୍ଡ ହୋଇଥିଲା। ଖବର ପାଇ ଏସିଏଫ୍ ଅମୂଲ୍ୟ କୁମାର ପରିଡା ପହଞ୍ଚି ପର୍ଯ୍ୟଟକଙ୍କୁ ବୁଝାଇ ଥିଲେ ଓ ଦୁଇଜଣ କର୍ମଚାରୀ ସହ ମୋନାଙ୍କୁ ଟିକଟ କାଉଣ୍ଟରକୁ ପଠାଇଥିଲେ। ପ୍ରଥମେ କର୍ମଚାରୀମାନେ ଏହାକୁ ଅସ୍ୱୀକାର କରିଥିଲେ କିନ୍ତୁ ସିସିଟିଭି ଫୁଟେଜ ଯାଞ୍ଚ ପାଇଁ ମୋନା ଓ ପର୍ଯ୍ୟଟକମାନେ ଦାବୀ କରିବାରୁ କର୍ମଚାରୀମାନେ ଉପଯୁକ୍ତ ଟିକଟ ପ୍ରଦାନ କରିଥିଲେ।

Hot this week

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

Related Articles

Popular Categories