www.samajalive.in
Sunday, December 14, 2025
14.1 C
Bhubaneswar

ଜିଲାସ୍ତରୀୟ ଗୋ ସମ୍ବର୍ଦ୍ଧନା ଉତ୍ସବ

ସୁଆଣ୍ଡୋ : ପୁରୀ ଜିଲା ସତ୍ୟବାଦୀ ବ୍ଲକ ମହୁରା ପଞ୍ଚାୟତ ଅନ୍ତର୍ଗତ ବାଗଲପୁର ଗ୍ରାମରେ ସୋମବାର ଗୋ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି । ଏହି ଅବସରରେ ଗୋ ଚିକିତ୍ସା ଶିବିର ଗୋ ପୂଜନ ଉନ୍ନତ ଗାଈ ପ୍ରଦର୍ଶନ କରାଯାଇଥିଲା । ଜିଲା ପଶୁ ପାଳନ ବିଭାଗ ପକ୍ଷରୁ ଏହି କାର୍ୟ୍ୟକ୍ରମ କରାଯାଇଥିଲା ।ଏଥିରେ ମୁଖ୍ୟ ଅତିଥି ଭାବେ ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ ମୁଖ୍ୟଅତିଥି ଯୋଗଦେଇ ଭାରତରେ ଗାଈକୁ ମାଆର ମର୍ୟ୍ୟାଦା ଦିଆଯାଇଥାଏ । ପଶୁ ସମ୍ପଦର ସୁରକ୍ଷା କଲେ କୃଷି କୃଷକ ତଥା ଦେଶର ଉନ୍ନତି ହୋଇପାରିବ ବୋଲି କହିଥିଲେ । ଜିଲାପରିଷଦ ଅଧ୍ୟକ୍ଷ ଜ୍ୟୋତିର୍ମୟ ଦଳାଇ ସମ୍ମାନୀତ ଅତିଥିଙ୍କ ସହିତ ବ୍ଲକ୍ ଅଧ୍ୟକ୍ଷା ସସ୍ମିତା ପ୍ରଧାନ ଜିଲାପରିଷଦ ସଭ୍ୟ ଧୃବଚରଣ ଦାଶ ସରପଞ୍ଚ ନିରଞ୍ଜନ ମାହାରୀ ଯୋଗଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଯୁଗ୍ମ ନିର୍ଦ୍ଦେଶକ ପ୍ରତାପ କିଶୋର ଖମାରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ପ୍ରସନ୍ନ କୁମାର ପୃଷ୍ଟି, ଡା. ବିଶ୍ବରଞ୍ଜନ ବେହେରା ଉପସ୍ଥିତ ଥିଲେ । ଜିଲା କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକମାନେ ଚାଷୀମାନଙ୍କୁ ନୂତନ ଜ୍ଞାନ କୌଶଳରେ ଚାଷ କରିବା ପାଇଁ ପ୍ରଶିକ୍ଷଣ ଦେଇଥିଲେ । ଡା ସଞ୍ଜୟ ମହାନ୍ତି ଓ ନୋଡାଲ ଅଫିସର ଆଲୋକ କୁମାର ମିଶ୍ର ସହଯୋଗ କରିଥିଲେ । ଚାରିଜଣ ଗୋ ପାଳକ ସମ୍ବର୍ଦ୍ଧିତ ହୋଇଥିଲେ ।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories