www.samajalive.in
Friday, December 12, 2025
14.1 C
Bhubaneswar

ଓଟର ମୂର୍ତ୍ତି ଘରେ ରଖିବା ଦ୍ବାରା ଦୂର ହୁଏ ନାନାଦି ସମସ୍ୟା

ସାଧାରଣତଃ ଘରେ ବାସ୍ତୁ ଦୋଷ ଥିଲେ ଅନେକ ପ୍ରକାରର ସମସ୍ୟା ଦେଖାଦେଇଥାଏ। ଏହି ବାସ୍ତୁ ଦୋଷ ଦୂର କରିବା ପାଇଁ ଜ୍ୟୋତିଷଙ୍କ ପରାମର୍ଶ ହେଉ କିମ୍ବା ଅନ୍ୟ କୌଣସି ମାଧ୍ୟମରେ ଆମେ ଅନେକ ଉପାୟ ଆପଣାଇ ଥାଆନ୍ତି। ହେଲେ କ’ଣ ଆପଣ ଜାଣନ୍ତି, ଘରର ବାସ୍ତୁ ଦୋଷ ଦୂର କରିବାରେ ଓଟର ମୂର୍ତ୍ତି ବିଶେଷ ଭାବେ ସହାୟକ ହୋଇଥାଏ। ଓଟର ମୂର୍ତ୍ତି ରଖିବା ଦ୍ବାରା ଅନେକ ସମସ୍ୟା ଦୂର ହୋଇଥାଏ ବୋଲି ବାସ୍ତୁ ଶାସ୍ତ୍ରରେ କୁହାଯାଇଛି। ଏହାକୁ ରଖିବା ଫଳରେ ଘରେ ସକରାତ୍ମକ ବାତାବରଣ ସୃଷ୍ଟି ହୋଇଥାଏ। ତେବେ ଆସନ୍ତୁ ଜାଣିବା ଓଟର ମୂର୍ତ୍ତି ଘରେ ରଖିଲେ ଆମକୁ କି ଲାଭ ମିଳିଥାଏ ଓ ରଖିବାର ସଠିକ୍ ନିୟମ ବିଷୟରେ –

-କ୍ୟାରିଅରରେ ଆସୁଥିବା ବାଧାବିଘ୍ନ ଦୂର କରିବା ପାଇଁ ପଢା ଘରେ କିମ୍ବା ଅଫିସରେ ଓଟ ମୂର୍ତ୍ତି ରଖିବା ଦ୍ୱାରା ଶୁଭଫଳ ମିଳିଥାଏ। ଏହା ଆପଣଙ୍କ ଲକ୍ଷ୍ୟ ସାଧନ କରିବାରେ ସହାୟକ ହୋଇଥାଏ।
-ଯେଉଁ ଲୋକଙ୍କ ଭାଗ୍ୟ ଖରାପ ରହିଥାଏ, ସେମାନେ ଘରେ କିମ୍ବା କାର୍ୟ୍ୟକ୍ଷେତ୍ରରେ ପୂର୍ବ ଦିଗରେ ଯୋଡ଼ା ଓଟ ରଖିବା ଦ୍ୱାରା ଶୁଭଫଳ ପ୍ରାପ୍ତି ହୋଇଥାଏ।
-ଧନ ସମ୍ବନ୍ଧୀୟ ସମସ୍ୟା ଦୂର କରିବା ପାଇଁ ପୂଜା ସ୍ଥାନରେ ଦୁଇଟି ଓଟ ମୂର୍ତ୍ତି ରଖନ୍ତୁ।
-ଫେଙ୍ଗସୁଇରେ ଓଟ ମୂର୍ତ୍ତି ରଖିବା ଦୃଢତା ଏବଂ ସଂଘର୍ଷର ପ୍ରତୀକ ବୋଲି କୁହାଯାଏ। ଓଟ ଯେପରି ପ୍ରତ୍ୟେକ ପରିସ୍ଥିତିକୁ ସହ୍ୟ କରିନିଏ, ଆପଣ ମଧ୍ୟ ସବୁ ସମସ୍ୟାର ସାମ୍ନା କରିପାରିବେ।
-ଓଟ ମୂର୍ତ୍ତିକୁ ଘରର ଉତ୍ତର ପଶ୍ଚିମ ଦିଗରେ ରଖିଲେ ସକରାତ୍ମକ ଶକ୍ତି ବୃଦ୍ଧି ପାଇଥାଏ। ଘରେ ରହୁଥିବା ଲୋକଙ୍କର ଉନ୍ନତି ହୁଏ।
-ଓଟ ମୂର୍ତ୍ତି ଘରେ ରଖିବା ଦ୍ବାରା ବ୍ୟକ୍ତିର ସହନଶୀଳତା ବୃଦ୍ଧି ପାଇଥାଏ। ଯାହାଦ୍ୱାରା ମଣିଷ ବିଚଳିତ ନ ହୋଇ ସଠିକ୍ ନିର୍ଣ୍ଣୟ ନେଇପାରେ।
-ଘରେ ଓଟ ମୂର୍ତ୍ତି ରଖିବା ଦ୍ୱାରା ପିଲାଙ୍କ ମନ ସ୍ଥିର ରହିଥାଏ। ଯାହାଦ୍ୱାରା ସେମାନେ ମାତାପିତାଙ୍କ କଥା ମାନି ଚଳନ୍ତି ଏବଂ ସେମାନଙ୍କ ସ୍ୱଭାବରେ ପରିବର୍ତ୍ତନ ଦେଖାଦିଏ।
-ଭୋଜନ କକ୍ଷରେ ଓଟ ମୂର୍ତ୍ତି ରଖିବା ଦ୍ୱାରା ଘରେ ଶାନ୍ତିପୂର୍ଣ୍ଣ ବାତାବରଣ ରହିଥାଏ।

Hot this week

ସାମାନ୍ୟ କମିଲା ସୁନାଦର

ନୂଆଦିଲ୍ଲୀ-ଭାରତରେ ସୁନା ମୂଲ୍ୟ ହ୍ରାସ ପାଇଛି। ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର...

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

Related Articles

Popular Categories