www.samajalive.in
Friday, December 12, 2025
14.1 C
Bhubaneswar

ଫଟା ଓଠରୁ ରକ୍ଷା ପାଇବାର ଉପାୟ

ଶୀତଦିନେ ଓଠ ଫାଟିବା ସମସ୍ତଙ୍କ ପାଇଁ ଏକ ବଡ ସମସ୍ୟା। ଓଠ ଫାଟିବା ଦ୍ବାରା ଖାଇବାରେ ଅସହଜ ହେବା ସହ ଜଳାପୋଡା ହୋଇଥାଏ। ଆମେ ବଜାରରେ ମିଳୁଥିବା ଭେସଲିନ୍ ବା ଲିପ୍‌ବାମ୍‌ ଓଠରେ ଲଗାଇ ଥାଉ। ସେଗୁଡିକ କେମିକାଲ ଯୁକ୍ତ ହୋଇଥିବାରୁ ଓଠ ଖରାପ କରିବାର ଯଥେଷ୍ଟ ଆଶଙ୍କା ଥାଏ। ଏହା ସହ ଓଠ କଳା ପଡିଥାଏ। ତେବେ ଏଭଳି ପରିସ୍ଥିତିରେ ବଜାରରେ ମିଳୁଥିବା ଲିପ୍‌ବାମ୍‌ ବ୍ୟବହାର ନକରି ଘରେ ମଧ୍ୟ କିଛି ଜିନିଷ ବ୍ୟବହାର କରି ଆମେ ଓଠ ଫାଟିବାରୁ ରକ୍ଷା ପାଇପାରିବା। ଓଠକୁ ନରମ, କୋମଳ, ସୁନ୍ଦର ଏବଂ ଗୋଲାପି କରିପାରିବା।

- Advertisement -

ଗୋଲାପ ଫୁଲ ପାଖୁଡାକୁ ଛିଣ୍ଡାଇ ତାକୁ ପାଣିରେ ଭଲ ଭାବେ ଧୋଇ ଦିଅନ୍ତୁ। ତାକୁ କ୍ଷୀରରେ କିଛି ସମୟ ଭିଜାଇ ରଖନ୍ତୁ ପରେ ତାକୁ ପେଷ୍ଟ ବନାନ୍ତୁ। ପେଷ୍ଟକୁ ୧୫ମିନିଟ ରଖିବା ପରେ ଓଠରେ ଲଗାନ୍ତୁ। ଏପରି ନିୟମିତ କରିବା ଦ୍ବାର ଓଠ ନରମ ହେବା ସହ ଗୋଲାପି ହୋଇଥାଏ। ଫାଟିବା ସମସ୍ୟା ମଧ୍ୟ ବନ୍ଦ ହୋଇଯାଇଥାଏ।

ଘିକୁଆଁରୀର ଉପର ଚୋପାକୁ କାଟି ଦିଅନ୍ତୁ। ତାପରେ ତାକୁ ଓଠରେ ହାଲୁକା ଭାବେ ୫ମିନିଟ ଘଷନ୍ତୁ। ଏପରି କରିବା ଦ୍ବାରା ଓଠର ରୁକ୍ଷତା ଦୂର ହୋଇଯିବ। ରାତିରେ ଶୋଇବା ପୂର୍ବରୁ ଓଠରେ କାକୁଡି ରସ ଲଗାନ୍ତୁ। ଏପରି କରିବା ଦ୍ବାରା ଓଠ ନରମ ହେବା ସହ ପ୍ରାକୃତିକ ରଙ୍ଗ ଫେରି ପାଇଥାଏ।

ମହୁରେ ଅନେକ ପ୍ରକାରର ପୋଷକ ତତ୍ତ୍ବ ରହିଛି। ଏହାକୁ ଲଗାଇବା ଦ୍ବାରା ଓଠ ନରମ ହୋଇଥାଏ। ଏହା ସହ ଓଠ ଫାଟି ନଥାଏ।

ରାତିରେ ଶୋଇବା ବେଳେ ନାଭିରେ ସୋରିଷ ତେଲ ଲଗାନ୍ତୁ। ପ୍ରତିଦିନ ଏପରି କରିବା ଦ୍ବାର ଥଣ୍ଡା ହୋଇ ନଥାଏ। ଏହା ସହ ଓଠ ମଧ୍ୟ ଫାଟିନଥାଏ। ଓଠ ଫାଟିଥିଲେ ପାଚିଲା ଅମୃତଭଣ୍ଡା ରସ ଲଗାଇ ପାରିବେ। ଏହାଦ୍ବାରା ଓଠ କୋମଳ ଓ ନରମ ହୋଇଥାଏ।

Hot this week

ସାମାନ୍ୟ କମିଲା ସୁନାଦର

ନୂଆଦିଲ୍ଲୀ-ଭାରତରେ ସୁନା ମୂଲ୍ୟ ହ୍ରାସ ପାଇଛି। ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର...

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

Related Articles

Popular Categories