www.samajalive.in
Friday, December 12, 2025
14.1 C
Bhubaneswar

ତୀଶ ହଜାରୀ କୋର୍ଟ ପୋଡାଜଳା ଘଟଣା – ନ୍ୟାୟିକ ତଦନ୍ତ ଆଦେଶ ଦେଲେ ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ: ତୀଶ ହଜାରୀ କୋର୍ଟ ପରିସରରେ ଗତକାଲି ହୋଇଥିବା ପୁଲିସ-ଓକିଲ ଗଣ୍ଡଗୋଳ ଏବଂ ପୋଡାଜଳା ଘଟଣାରେ ଆଜି (ରବିବାର) ଦିଲ୍ଲୀ ହାଇକୋର୍ଟରେ ଶୁଣାଣି ହୋଇଛି। ହାଇକୋର୍ଟ ଏହି ମାମଲାରେ ଉଭୟ ପକ୍ଷର ଜବାବ ଶୁଣିବା ପରେ ଘଟଣାର ନ୍ୟାୟିକ ଆଦେଶ ଦେଇଛନ୍ତି। କୋର୍ଟ କହିଛନ୍ତି, ଉଚ୍ଚ ନ୍ୟାୟାଳୟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଏସ. ପି. ଗର୍ଗଙ୍କ ତତ୍ୱାବଧାନରେ ଏହି ମାମଲାର ତଦନ୍ତ କରାଯିବ। ତଦନ୍ତ କାର୍ଯ୍ୟରେ ସିବିଆଇର ନିର୍ଦ୍ଦେଶକ କିମ୍ବା ସେହି ପାହ୍ୟାର ଜଣେ ନିର୍ଦ୍ଦେଶକ ସହଯୋଗ କରିବେ। ଆସନ୍ତା ୬ ସପ୍ତାହ ମଧ୍ୟରେ ଘଟଣାର ତଦନ୍ତ ରିପୋର୍ଟ ଦାଖଲ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଘଟଣାରେ ଅଭିଯୁକ୍ତ ପୁଲିସ ଅଧିକାରୀଙ୍କୁ ତୁରନ୍ତ ନିଲମ୍ବନ କରିବାକୁ ହାଇକୋର୍ଟ ଅନ୍ୟ ଏକ ନିର୍ଦ୍ଦେଶନାମାରେ ପୁଲିସ ମହାନିର୍ଦ୍ଦେଶକଙ୍କୁ କହିଛନ୍ତି। ଗଣ୍ଡଗୋଳରେ ଆହତ ୩ ଆଇନଜୀବୀଙ୍କୁ ଆର୍ଥିକ ସହାୟତା ଦେବାକୁ ମଧ୍ୟ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଗଣମାଧ୍ୟମରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁଯାୟୀ, ଆଜି ଅପରାହ୍ନ ୧ଟାରେ ଅଦାଲତର କାର୍ଯ୍ୟ ଆରମ୍ଭ ହୋଇଥିଲା। ମୁଖ୍ୟ ବିଚାରପତି ଡ଼ି. ଏନ. ପଟେଲ ଏବଂ ବରିଷ୍ଠ ବିଚାରପତିମାନେ ଆଜି ସକାଳେ ରୁଦ୍ଧଦ୍ୱାର ବୈଠକ କରିଥିଲେ। ଏଥିରେ ବରିଷ୍ଠ ପୁଲିସ ଅଧିକାରୀ ଓ ଦିଲ୍ଲୀ ସରକାରଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ମଧ୍ୟ ଉପସ୍ଥିତ ଥିଲେ। ବୈଠକ ପରେ ଦିନ ୧ଟାରେ କୋର୍ଟ ଶୁଣାଣି କରିବା ନେଇ ଜଣାପଡିଥିଲା।

- Advertisement -

ଗତକାଲି ଓକିଲ ଏବଂ ପୁଲିସ କର୍ମଚାରୀଙ୍କ ମଧ୍ୟରେ ଦିଲ୍ଲୀ ହାଇକୋର୍ଟ ପରିସରରେ ଗଣ୍ଡଗୋଳ ନେଇ ପ୍ରାୟ ୫ଘଣ୍ଟା ଧରି ବୈଠକ ବସିଥିଲା ଓ ରାତି ୯ଟା ୩୦ ମିନିଟରେ ବୈଠକ ଶେଷ ହୋଇଥିଲା। ଏହି ଗଣ୍ଡଗୋଳରେ ପ୍ରାୟ ୧୦ ଜଣ ପୁଲିସ କର୍ମୀ ଆହତ ହେବା ସହ ୧୭ଟି ବାହାନ ନଷ୍ଟ ହୋଇଥିବା ଜଣାପଡିଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories