www.samajalive.in
Thursday, December 11, 2025
13.1 C
Bhubaneswar

ଜିଦରେ ଅଟଳ ଶିବସେନା; କହିଲା ବିଜେପି ସହ ଯଦି ଆଲୋଚନା ହୁଏ କେବଳ ମୁଖ୍ୟମନ୍ତ୍ରୀ ପଦ ଉପରେ ହେବ

ମୁମ୍ବଇ: ମହାରାଷ୍ଟ୍ରରେ ସରକାର ଗଢ଼ିବା ଲାଗି କୌଣସି ରାଜନୈତିକ ଦଳ ପାଖରେ ସଂଖ୍ୟା ଗରିଷ୍ଠତା ନ ଥିବାରୁ ଫଳାଫଳ ପ୍ରକାଶ ପାଇବାର ୧୦ ଦିନ ପରେ ମଧ୍ୟ ଅନିଶ୍ଚିତତା ଲାଗି ରହିଛି। ବିଜେପି-ଶିବସେନା ମେଣ୍ଟ କରି ନିର୍ବାଚନ ଲଢ଼ିଥିଲେ ହେଁ ଏବେ ମୁଖ୍ୟମନ୍ତ୍ରୀ ପଦବୀକୁ ନେଇ ଦୁଇ ଦଳ ମୁହାଁମୁହିଁ ଅବସ୍ଥାରେ ଅଛନ୍ତି। ଶିବସେନାର ୫୦-୫୦ ଫର୍ମୁଲାରେ ବିଜେପି ରାଜି ହେଉ ନ ଥିବାରୁ ବହୁମତ ହାସଲ କରିବା ସତ୍ବେ ମେଣ୍ଟ ସରକାର ଗଠନ ହେବା ନେଇ ଯେଉଁ ଚର୍ଚ୍ଚା ହେଉଥିଲା ତାହା ଅନିଶ୍ଚିତତା ମଧ୍ୟକୁ ଠେଲି ହୋଇଯାଇଛି। ଶିବସେନା କଂଗ୍ରେସ-ଏନସିପି ମେଣ୍ଟ ସମର୍ଥନରେ ସରକାର ଗଢ଼ିବାକୁ ଅଣ୍ଟା ଭିଡିଥିଲେ ହେଁ ତାହାକୁ ନେଇ ବି ଅନେକ ଆଶଙ୍କା ଉପୁଜିଛି।

ଏଭଳି ସ୍ଥିତିରେ ଶିବସେନା ନିଜ ଜିଦରେ ଅଟଳ ରହିଛି। ରବିବାର ଦଳ ପୁଣି ନିଜ ଦାବିକୁ ଦୋହରାଇଛି। ବିଜେପି ସହିତ ଯଦି ଆଲୋଚନା ହୁଏ, ତେବେ କେବଳ ମୁଖ୍ୟମନ୍ତ୍ରୀ ପଦବୀକୁ ନେଇ ଆଲୋଚନା ହେବ। ଏହା ବ୍ୟତୀତ ଅନ୍ୟ କୌଣସି ପ୍ରସଙ୍ଗରେ ଆଲୋଚନା ହେବ ନାହିଁ। ଶିବସେନାର ବରିଷ୍ଠ ନେତା ସଞ୍ଜୟ ରାଉତ କହିଛନ୍ତି, ମହାରାଷ୍ଟ୍ରରେ ସରକାର ଗଠନ ନେଇ ବିଜେପି ସହ ଏଯାଏ କୌଣସି ଆଲୋଚନା ହୋଇନାହିଁ। ଯଦି ଆଲୋଚନା ହୁଏ, ତେବେ କେବଳ ମୁଖ୍ୟମନ୍ତ୍ରୀ ପଦବୀ ପ୍ରସଙ୍ଗରେ ହେବ।

- Advertisement -

ସୂଚନାଯୋଗ୍ୟ, କ୍ଷମତା ବଣ୍ଟନକୁ ନେଇ ଦୁଇଦଳ ମଧ୍ୟରେ ଛକାପଞ୍ଝା ଲାଗିରହିଥିବାରୁ ରାଜ୍ୟରେ ଏଯାଏ ସରକାର ଗଠନ ହୋଇପାରୁ ନାହିଁ। ଶିବସେନା କହୁଛି ​ଯେ, ଦୁଇଦଳ ମୁଖ୍ୟମନ୍ତ୍ରୀ ପଦବୀକୁ ଅଢ଼େଇ ବର୍ଷ ଲେଖାଏ ବାଣ୍ଟି ନେବାକୁ ରାଜି ହୋଇଥିଲେ। କିନ୍ତୁ ବିଜେପି କହୁଛି ଶିବସେନା ସହିତ ଏଭଳି କୌଣସି ଚୁକ୍ତି ହୋଇ ନ ଥିଲା। ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀସ ଆହୁରି ୫ ବର୍ଷ ମୁଖ୍ୟମନ୍ତ୍ରୀ ପଦରେ ରହିବେ ବୋଲି ମଧ୍ୟ କହିଛନ୍ତି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories