୫ରେ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ରାଜ୍ୟବ୍ୟାପୀ ବିକ୍ଷୋଭ
କର୍ମଜୀବୀ ମହିଳାଙ୍କ ଉପରେ ନିର୍ଯ୍ୟାତନାର ପ୍ରତିବାଦ
ଭୁବନେଶ୍ବର : ଯାଜପୁର ଜିଲା ଧର୍ମଶାଳା ବ୍ଲକ ହରିଦାସପୁର ପଞ୍ଚାୟତ ପିଇଓ ସ୍ମିତାରାଣୀ ବିଶ୍ବାଳ ମୃତ୍ୟୁ ରହସ୍ୟ ଓ କେନ୍ଦ୍ରାପଡ଼ା କ୍ରେଡିଟ କୋଅପରେଟିଭ ଯୌନ ଉତ୍ପୀଡ଼ନ ପ୍ରସଙ୍ଗରେ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଆସନ୍ତା ୫ ତାରିଖରେ ରାଜ୍ୟବ୍ୟାପୀ ବିକ୍ଷୋଭ ପ୍ରଦର୍ଶନନେଇ ଚେତାବନୀ ଦିଆଯାଇଛି। କର୍ମଜୀବୀ ମହିଳାଙ୍କ ଉପରେ ବଢୁଥିବା ନିର୍ଯ୍ୟାତନା ପ୍ରତିବାଦରେ ଏହି ବିକ୍ଷୋଭ କରାଯିବ ବୋଲି ବିଜେପି ମହିଳା ମୋର୍ଚ୍ଚାର ରାଜ୍ୟ ସଭାନେତ୍ରୀ ପ୍ରଭାତୀ ପରିଡା ସୂଚନା ଦେଇଛନ୍ତି । ରାଜ୍ୟର ସବୁ ଜିଲାର ଜିଲାପାଳଙ୍କ ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯିବ। ସ୍ମିତାରାଣୀ ମୃତ୍ୟୁ ପ୍ରସଙ୍ଗରେ ପ୍ରଭାତୀ ୩ଟି ଦାବି ପୁଣି ଦୋହରାଇଛନ୍ତି । ସିବିଆଇ ତଦନ୍ତ ସହ ଏସପି ଓ ମହିଳା କମିଶନ ଅଧ୍ୟକ୍ଷାଙ୍କୁ ବହିଷ୍କାର କରାଯିବାନେଇ ଦାବି କରିଛନ୍ତି । ସେହିପରି ଆସନ୍ତା ୫ ତାରିଖରେ ବିଜେପି ମହିଳା ଟିମ କେନ୍ଦ୍ରାପଡ଼ା ଗସ୍ତନେଇ ସୂଚନା ଦେଇଛନ୍ତି।
Comments are closed.