www.samajalive.in
Sunday, December 7, 2025
18.1 C
Bhubaneswar

ଭାରତୀୟ କ୍ରୀଡ଼ାକୁ ନୂଆ ପରିଚୟ ଦେଇଛି ଓଡ଼ିଶା: କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କିରେନ୍ ରିଜିଜୁ

ଭୁବନେଶ୍ୱର: ଓଡ଼ିଶା ଦେଶରେ କ୍ରୀଡ଼ା କ୍ଷେତ୍ରରେ ନୂଆ ଉଦାହରଣ ସୃଷ୍ଟିକରିଛି। ଏକାଧିକ ଜାତୀୟ ଓ ଅନ୍ତର୍ଜାତୀୟ ପ୍ରତିଯୋଗିତା ଆୟୋଜନ ସହ କ୍ରୀଡ଼ା ଭିତ୍ତିଭୂମିରେ ମଧ୍ୟ ଆଗରେ ରହିଛି। ଓଡ଼ିଶା ସରକାରଙ୍କ କ୍ରୀଡ଼ା ପ୍ରତି ଉତ୍ସାହ ଭାରତୀୟ କ୍ରୀଡ଼ାକୁ ନୂଆ ରାହା ଯୋଗାଇଛି ବୋଲି କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କିରେନ୍ ରିଜିଜୁ କହିଛନ୍ତି।
କଳିଙ୍ଗ ଷ୍ଟାଡ଼ିୟମରେ ଶୁକ୍ରବାର ଆରମ୍ଭ ହୋଇଥିବା ଅଲିମ୍ପିକ୍‍ସ ଯୋଗ୍ୟତା ମ୍ୟାଚ ଉଦ୍‍ଘାଟନୀ ଉତ୍ସବରେ କ୍ରୀଡ଼ାମନ୍ତ୍ରୀ ରିଜିଜୁ ଯୋଗ ଦେଇଥିଲେ। ଏହା ପୂର୍ବରୁ ସେ କଳିଙ୍ଗ ଷ୍ଟାଡ଼ିୟମ ପରିସରରେ ଥିବା ଅଭିନବ ବିନ୍ଦ୍ରା ଟାର୍ଗେଟିଙ୍ଗ ପପର୍ଫର୍ମାନ୍‌ସ କେନ୍ଦ୍ରକୁ ବୁଲି ଦେଖିଥିଲେ। ଗଣମାଧ୍ୟମକୁ କ୍ରୀଡ଼ାମନ୍ତ୍ରୀ ରିଜିଜୁ କହିଥିଲେ, କ୍ରୀଡ଼ାର ବିକାଶ ଲାଗି ପ୍ରୋତ୍ସାହନ ଏକାନ୍ତ ଆବଶ୍ୟକ; ଯାହା ଓଡ଼ିଶାରେ ଏବେ ଦେଖିବାକୁ ମିଳୁଛି। ଓଡ଼ିଶାରେ ଗତ କିଛି ବର୍ଷ ହେବ କ୍ରୀଡ଼ା ପ୍ରତି ଉତ୍ସାହ ଦେଖିବାକୁ ମିଳିଛି। ଓଡ଼ିଶା ସରକାରଙ୍କ କ୍ରୀଡ଼ା ପ୍ରତି ଉତ୍ସାହ ଦେଶରେ ନୂଆ ଉଦାହରଣ ସୃଷ୍ଟିକରିଛି। ଏକାଧିକ ବିଶ୍ୱସ୍ତରୀୟ ଭିତ୍ତିଭୂମି ସହ ଅନ୍ତର୍ଜାତୀୟ ପ୍ରତିଯୋଗିତା ମଧ୍ୟ ଆୟୋଜିତ ହେଉଛି। ଯାହା ଭାରତୀୟ କ୍ରୀଡ଼ା ପାଇଁ ଶୁଭଙ୍କର। ଓଡ଼ିଶା ସରକାରଙ୍କ ପକ୍ଷରୁ କ୍ରୀଡ଼ାପ୍ରତି ଯେତିକି ଉତ୍ସାହ ଓ ପ୍ରୋତ୍ସାହନ ମିଳୁଛି; ଓଡିଶାବାସୀଙ୍କ କ୍ରୀଡ଼ାପ୍ରତି ସମର୍ଥନ ମଧ୍ୟ ତାହାଠାରୁ ଅଧିକ ରହିଛି ବୋଲି ରିଜିଜୁ କହିଥିଲେ। ଓଡ଼ିଶାରେ ଏଭଳି କ୍ରୀଡ଼ା ବାତାବରଣ ସୃଷ୍ଟି ପାଇଁ କ୍ରୀଡ଼ାମନ୍ତ୍ରୀ ରିଜିଜୁ ଓଡ଼ିଶା ସରକାରଙ୍କୁ ମଧ୍ୟ ପ୍ରଶଂସା କରିବା ସହିତ ଅଧିକ କ୍ରୀଡ଼ାର ବିକାଶ ଲାଗି କେନ୍ଦ୍ର ସରକାର ସହାୟତା ଯୋଗାଇ ଦେବାକୁ ବଦ୍ଧ ପରିକର ବୋଲି ମତପ୍ରକାଶ କରିଥିଲେ। କେନ୍ଦ୍ର ସରକାର କ୍ରୀଡ଼ାର ବିକାଶ ପାଇଁ ସ୍ୱତନ୍ତ୍ର ଯୋଜନା ପ୍ରଣୟନ କରିଛନ୍ତି। ଖେଲୋ ଇଣ୍ଡିଆ ମାଧ୍ୟମରେ ପ୍ରତିଭା ଅନ୍ବେଷଣ କରାଯାଇ ସ୍ୱତନ୍ତ୍ର ପ୍ରଶିକ୍ଷଣ ପ୍ରଦାନ କରାଯିବ। ୨୦୨୦ ଟୋକିଓ ଅଲିମ୍ପିକ୍‍ସ ଉପରେ ସରକାର ସ୍ୱତନ୍ତ୍ର ଦୃଷ୍ଟି ଦେଇଛନ୍ତି। ଏଥିପାଇଁ ଖେଳାଳି କିଭଳି ଉତ୍ତମ ପ୍ରଶିକ୍ଷଣ ପାଇବେ; ସେଥିନେଇ ମଧ୍ୟ ଦୃଷ୍ଟି ଦିଆଯାଇଛି। ୨୦୨୪ ଓ ୨୦୨୮ ଅଲିମ୍ପିକ୍‍ସ ଉପରେ ମଧ୍ୟ ଏବେଠାରୁ ଦୃଷ୍ଟି ଦିଆଯାଇଛି ବୋଲି କ୍ରୀଡ଼ାମନ୍ତ୍ରୀ ରିଜିଜୁ କହିଥିଲେ।
ଏହି ଅବସରରେ କ୍ରୀଡ଼ାମନ୍ତ୍ରୀ ରିଜିଜୁ ଭାରତୀୟ ମହିଳା ଓ ପୁରୁଷ ଓ ହକି ଦଳକୁ ଅଲିମ୍ପିକ୍‍ସ ଯୋଗ୍ୟତା ମ୍ୟାଚ ଲାଗି ଶୁଭେଚ୍ଛା ଜଣାଇଥିଲେ। ରାଜ୍ୟ କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା, ବିଶ୍ବ ହକି ମହାସଂଘର ସଭାପତି ନରିନ୍ଦର ବାତ୍ରା, ରାଜ୍ୟ କ୍ରୀଡ଼ା ଓ ଯୁବସେବା ସଚିବ ବିଶାଳ ଦେବ ପ୍ରମୁଖ ଉପସ୍ଥିତ ଥିଲେ। ଶୁକ୍ରବାର ସନ୍ଧ୍ୟାରେ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କ୍ରୀଡ଼ାମନ୍ତ୍ରୀ କିରେନ୍ ରିଜିଜୁ ଭେଟିବା ସହିତ ୨୦୨୦ରେ ଓଡ଼ିଶାରେ ସର୍ବଭାରତୀୟ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ ନେଇ ପ୍ରସ୍ତାବ ଦେଇଥିଲେ। ଓଡ଼ିଶା ଏବେ ଦେଶରେ କ୍ରୀଡ଼ା ଭିତ୍ତିଭୂମିରେ ୧ନଂ ରାଜ୍ୟରେ ପରିଣତ ହୋଇଛି। ଏଭଳି ଭିତ୍ତିଭୂମିକୁ ଦେଖି ଏଠାରେ ଆସନ୍ତା ୨୦୨୦ରେ ସର୍ବଭାରତୀୟ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରସ୍ତାବ ଦିଆଯାଇଛି ଏବଂ ଏହାର ଆୟୋଜନ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଆଗ୍ରହୀ ରହିଥିବା କ୍ରୀଡ଼ାମନ୍ତ୍ରୀ ରିଜିଜୁ କହିଛନ୍ତି।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories