ୟେଦୁରପ୍ପାଙ୍କ ପୂର୍ବରୁ ବୋପାୟା ଭାଗ୍ୟ ପରୀକ୍ଷାରେ ଉତ୍ତୀର୍ଣ୍ଣ

0

ନୂଆଦିଲ୍ଲୀ: କର୍ଣ୍ଣାଟକ ରାଜନୀତି ନାଟକ ଆଜି ପୁଣି ଏକ ନୂଆ ମୋଡ଼ ନେଇଛି। ଆଜି ଅପରାହ୍ଣ ୪ଟା ବେଳେ ବିଜେପି ବିଧାୟକ ଦଳ ନେତା ବି ଏସ୍‍ ୟେଦୁରପ୍ପା ଶକ୍ତି ପରୀକ୍ଷା ଦେବାକୁ ଥିବା ବେଳେ ତା’ ପୂର୍ବରୁ ବାଚସ୍ପତିଙ୍କ ଭାଗ୍ୟ ନିର୍ଦ୍ଧାରଣ କରିଛନ୍ତି ସୁପ୍ରିମକୋର୍ଟ। କର୍ଣ୍ଣାଟକ ବିଧାନସଭାରେ ଆଜି ବହୁମତ ପ୍ରମାଣିତ କରିବା ପାଇଁ ୟେଦୁରପ୍ପାଙ୍କୁ ଗତ କାଲି ସୁପ୍ରିମକୋର୍ଟ ନିର୍ଦେଶ ଦେଇଥିଲେ। ଏଥିପାଇଁ ବିଧିମୁତାବକ ଜଣେ ଅସ୍ଥାୟୀ ବାଚସ୍ପତି (ପ୍ରୋଟେମ୍‍) ନିଯୁକ୍ତ ହେବା କଥା। ତେଣୁ ଏହି ପଦବୀରେ କେ ଜି ବୋପାୟାଙ୍କୁ କର୍ଣ୍ଣାଟକ ରାଜ୍ୟପାଳ ବାଜୁଭାଇ ଭାଲା ନିଯୁକ୍ତ କରିଥିଲେ। ଏହି ନିଯୁକ୍ତିକୁ ନେଇ ପୁଣି ପ୍ରଶ୍ନ ଉଠାଇଛି କଂଗ୍ରେସ। ବିଗତ ଦିନରେ ବୋପାୟା ବିବାଦୀୟ ହୋଇଥିବା ବେଳେ ତାଙ୍କର କାର୍ଯ୍ୟକଳାପକୁ ନେଇ ସୁପ୍ରିମକୋର୍ଟ ଭର୍ତ୍ସନା କରିଥିଲେ। ଏହାଛଡ଼ା ବୟୋଜ୍ୟେଷ୍ଠ ଦୃଷ୍ଟିରୁ ମଧ୍ୟ ସେ ଯୋଗ୍ୟ ନୁହନ୍ତି ବୋଲି ଦର୍ଶାଇ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି କଂଗ୍ରେସ। ପୂର୍ବାହ୍ନ ୧୦.୩୦ରେ ଏହି ମାମଲାର ଶୁଣାଣି ଆରମ୍ଭ ହୋଇଥିବା ବେଳେ ସୁପ୍ରିମକୋର୍ଟ ରାୟ ଶୁଣାଇଛନ୍ତି। ଶକ୍ତି ପରୀକ୍ଷା ପର୍ଯ୍ୟନ୍ତ ବୋପାୟା ହିଁ ବାଚସ୍ପତି ଦାୟିତ୍ୱ ନିର୍ବାହ କରିବେ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଳେ ସୁପ୍ରିମକୋର୍ଟ ରାୟ ଶୁଣାଇଛନ୍ତି। ଶକ୍ତି ପରୀକ୍ଷା ପର୍ଯ୍ୟନ୍ତ ବୋପାୟା ହିଁ ବାଚସ୍ପତି ଦାୟିତ୍ୱ ନିର୍ବାହ କରିବେ ବୋଲି ସୁପ୍ରିମକୋର୍ଟ କହିଛନ୍ତି।

Leave A Reply