www.samajalive.in
Saturday, December 13, 2025
23.1 C
Bhubaneswar

ଏଞ୍ଜେଲା ମର୍କେଲଙ୍କୁ ରାଷ୍ଟ୍ରପତି ଭବନରେ ଭବ୍ୟ ସ୍ବାଗତ, ଜର୍ମାନୀ ସହ ସ୍ବାକ୍ଷର ହୋଇପାରେ ୨୦ରୁ ଅଧିକ ରାଜିନାମା

ନୂଆଦିଲ୍ଲୀ: ଜର୍ମାନୀ ଚାନ୍‌ସେଲର ଏଞ୍ଜେଲା ମର୍କେଶ ୨ଦିନିଆ ଭାରତରେ ଗସ୍ତରେ ଆସି ଶୁକ୍ରବାର ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। ମର୍କେଲ ଏଠାରେ ପହଞ୍ଚିବା ପରେ ରାଷ୍ଟ୍ରପତି ଭବନରେ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଛି। ପରେ ସେ ରାଜଘାଟରେ ପହଞ୍ଚି ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ରାଷ୍ଟ୍ରପତି ଭବନରେ ସ୍ବାଗତ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ଉପସ୍ଥିତ ଥିଲେ। ଏହି ଅବସରରେ ମର୍କେଲ କହିଥିଲେ, ଭାରତ ଆସି ଖୁସି ଅଛି। ଗୋଟିଏ ବଡ଼ ଦେଶ ଏବଂ ତାହାର ବିବିଧତାର ସମ୍ମାନ କରୁଛି।

ମର୍କେଲଙ୍କ ଦୁଇଦିନିଆ ଗସ୍ତ ସମୟରେ ଭାରତ ଏବଂ ଜର୍ମାନୀ ମଧ୍ୟରେ ୨୦ରୁ ଅଧିକ ଗୁରୁତ୍ଵପୂର୍ଣ୍ଣ ରାଜିନାମା ସ୍ବାକ୍ଷର ହୋଇପାରେ। ଶୁକ୍ରବାର ସନ୍ଧ୍ୟାରେ ମର୍କେଲ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିବେ ଏବଂ ପରେ ଲୋକକଲ୍ୟାଣ ମାର୍ଗରେ ଥିବା ପ୍ରଧାନମନ୍ତ୍ରୀ ଆବାସରେ ମୋଦୀଙ୍କ ସହିତ ବୈଠକରେ ଯୋଗଦେବେ। ଶନିବାର ସେ ବ୍ୟାବସାୟିକ ପ୍ରତିନିଧିମଣ୍ଡଳୀଙ୍କ ସହିତ ଆଲୋଚନା କରିବେ। ଏହା ପରେ ସେ ଗୁଡଗାଓଁ ମାନେସରରେ ଥିବା କଣ୍ଟିନେଣ୍ଟାଲ ଅଟୋମୋଟିଭ କମ୍ପୋନେଣ୍ଟସ ପ୍ରାଇଭେଟ ଲିମିଟେଡ ଗସ୍ତ କରିବେ। ଜର୍ମାନୀ ଫେରିବା ପୂର୍ବରୁ ସେ ଦ୍ବାରକା ସେକ୍ଟର ୨୧ ମେଟ୍ରୋ ଷ୍ଟେଶନକୁ ମଧ୍ୟ ଯିବାର କାର୍ଯ୍ୟକ୍ରମ ରହିଛି।

Hot this week

ସଂସଦ ଆକ୍ରମଣକୁ ୨୪ବର୍ଷ ପୁରିଲା: ୪୫ମିନିଟ୍‌ ଧରି ହୋଇଥିଲା ଗୁଳିଚାଳନା

ନୂଆଦିଲ୍ଲୀ: ସଂସଦ ଉପରେ ଆକ୍ରମଣକୁ ଆଜି ପୂରିଲା ୨୪ ବର୍ଷ ।...

ଲିଓନେଲ୍ ମେସିଙ୍କ ୭୦ ଫୁଟ ପ୍ରତିମୂର୍ତ୍ତି ଉନ୍ମୋଚନ

ସମାଜ ଲାଇଭ ଡ଼େସ୍କ : ବିଶ୍ବର ତାରକା ଫୁଟବଲ୍ ଖେଳାଳି ଲିଓନେଲ୍...

ମାଟି ତଳୁ କଡାଯାଉଛି ରାମୁ ହାତୀର କଙ୍କାଳ: ପ୍ରକୃତି ନିବାସରେ ସଂରକ୍ଷିତ ରହିବ

ସମାଜ ଡିଜିଟାଲ ଡେସ୍କ: ଅମର ରହିବ ରାମୁ ହାତୀ । ସଂରକ୍ଷିତ...

ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଡେନମାର୍କ ଔଷଧ କମ୍ପାନୀ ନୋଭୋ ନରଡିସ୍କ ଶେଷରେ ଭାରତରେ...

ତାଣ୍ଡବ ରଚିଲା ଘନ କୁହୁଡ଼ି : ଗୋଟିଏ ପରେ ଗୋଟିଏ ଛଅଟି ଗାଡ଼ି ଧକ୍କା

ସମାଜ ଲାଇଭ ଡ଼େସ୍କ : ଉତ୍ତର ପ୍ରଦେଶରେ ତାଣ୍ଡବ ରଚିଲା ଘନ...

Related Articles

Popular Categories