www.samajalive.in
Saturday, December 13, 2025
23.1 C
Bhubaneswar

ଦିଲ୍ଲୀ ବିମାନବନ୍ଦରରୁ ଜବତ ସନ୍ଦିଗ୍ଧ ବ୍ୟାଗରୁ ମିଳିଲା ଆରଡିଏକ୍ସ, ସୁରକ୍ଷା କଡ଼ାକଡ଼ି

ନୂଆଦିଲ୍ଲୀ: ଦିଲ୍ଲୀସ୍ଥିତ ଇନ୍ଦିରାଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରୁ ସନ୍ଦିଗ୍ଧ ଅବସ୍ଥାରେ ଜବତ ହୋଇଥିବା ବ୍ୟାଗରୁ ଆରଡିଏକ୍ସ ଭଳି ବିସ୍ଫୋରକ ମିଳିଛି। ବ୍ୟାଗଟିକୁ ଯାଞ୍ଚ କରିବା ପରେ ପୁଲିସ ପକ୍ଷରୁ ଏ ସମ୍ପର୍କରେ ସୂଚନା ଦିଆଯାଇଛି। ବ୍ୟାଗ ଜବତ ହେବା ପରେ ବିମାନବନ୍ଦରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଦିଆଯାଇଛି। ଲୋକମାନେ ଭୟଭୀତ ନ ହେବା ଲାଗି ପୁଲିସ ପକ୍ଷରୁ ପରାମର୍ଶ ଦିଆଯାଇଛି।

ସୂଚନା ମୁତାବକ,  ଗୁରୁବାର ରାତି ପ୍ରାୟ ୩ଟାରେ ଟର୍ମିନାଲ ୩ରେ ଉକ୍ତ ବ୍ୟାଗଟିକୁ ଦେଖିବାକୁ ମିଳିଥିଲା। ଏହା ପରେ ସେଠାରେ ଆତଙ୍କ ଖେଳିଯାଇଥିଲା। ବ୍ୟାଗଟିରେ ଆରଡିଏକ୍ସ ଥିବା ଆଶଙ୍କାରେ ଯାତ୍ରୀମାନଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା। ପୁଲିସ ଡଗ୍‌ ସ୍କ୍ବାଡ୍‌ ସହିତ ପହଞ୍ଚି ବ୍ୟାଗଟିକୁ ଜବତ କରିଥିଲା। ପରେ ସମ୍ପୃକ୍ତ ଅଞ୍ଚଳରୁ ଯାତ୍ରୀମାନଙ୍କୁ ଖାଲି କରାଯାଇଥିଲା।

Hot this week

ସଂସଦ ଆକ୍ରମଣକୁ ୨୪ବର୍ଷ ପୁରିଲା: ୪୫ମିନିଟ୍‌ ଧରି ହୋଇଥିଲା ଗୁଳିଚାଳନା

ନୂଆଦିଲ୍ଲୀ: ସଂସଦ ଉପରେ ଆକ୍ରମଣକୁ ଆଜି ପୂରିଲା ୨୪ ବର୍ଷ ।...

ଲିଓନେଲ୍ ମେସିଙ୍କ ୭୦ ଫୁଟ ପ୍ରତିମୂର୍ତ୍ତି ଉନ୍ମୋଚନ

ସମାଜ ଲାଇଭ ଡ଼େସ୍କ : ବିଶ୍ବର ତାରକା ଫୁଟବଲ୍ ଖେଳାଳି ଲିଓନେଲ୍...

ମାଟି ତଳୁ କଡାଯାଉଛି ରାମୁ ହାତୀର କଙ୍କାଳ: ପ୍ରକୃତି ନିବାସରେ ସଂରକ୍ଷିତ ରହିବ

ସମାଜ ଡିଜିଟାଲ ଡେସ୍କ: ଅମର ରହିବ ରାମୁ ହାତୀ । ସଂରକ୍ଷିତ...

ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଡେନମାର୍କ ଔଷଧ କମ୍ପାନୀ ନୋଭୋ ନରଡିସ୍କ ଶେଷରେ ଭାରତରେ...

ତାଣ୍ଡବ ରଚିଲା ଘନ କୁହୁଡ଼ି : ଗୋଟିଏ ପରେ ଗୋଟିଏ ଛଅଟି ଗାଡ଼ି ଧକ୍କା

ସମାଜ ଲାଇଭ ଡ଼େସ୍କ : ଉତ୍ତର ପ୍ରଦେଶରେ ତାଣ୍ଡବ ରଚିଲା ଘନ...

Related Articles

Popular Categories