ନିଗମ କାର୍ଯ୍ୟାଳୟର ଉନ୍ନତୀକରଣ, ଜବରଦଖଲମୁକ୍ତ ପ୍ରଥମ କାର୍ଯ୍ୟ

0

କଟକ/ଭୁବନେଶ୍ୱର : ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମ (ଓଏଫ୍‍ଡିସି)ର ନୂତନ ଅଧ୍ୟକ୍ଷଭାବେ ଅଭିନେତା ସତ୍ୟବ୍ରତ ତ୍ରିପାଠୀ ଓରଫ କୁନା ତ୍ରିପାଠୀ ଶୁକ୍ରବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହି ଅବସରରେ ବକ୍ସିବଜାରସ୍ଥିତ ନିଗମ କାର୍ଯ୍ୟାଳୟରେ କର୍ମଚାରୀମାନେ ତାଙ୍କୁ ସ୍ୱାଗତ କରିଥିଲେ। ଏଥିରେ ବରିଷ୍ଠ ଅଭିନେତା ବିଜୟ ମହାନ୍ତି, ପ୍ରଯୋଜକ ଅକ୍ଷୟ ପରିଜା, ନିର୍ଦେଶକ ବସନ୍ତ ସାହୁ, ରୋହିତ ଗାନ୍ଧି ପ୍ରମୁଖ ଉପସ୍ଥିତ ଥିଲେ। ଦାୟିତ୍ୱ ଗ୍ରହଣ ପରେ କୁନା ନିଗମର କାର୍ଯ୍ୟାଳୟ ବୁଲି ଦେଖିବା ସହ ଅବ୍ୟବସ୍ଥା ଦେଖି ବିସ୍ମିତ ହୋଇଥିଲେ।
କାର୍ଯ୍ୟାଳୟର ଉନ୍ନତିକରଣ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ସମ୍ପାଦନ ନିମନ୍ତେ ଏସ୍‍ଆଇସି କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିବା ତଥା କାର୍ଯ୍ୟାଳୟର ଗୋଟିଏ ତାଲା ଜବରଦଖଲରେ ରହିଥିବାରୁ ତାହାକୁ ମୁକ୍ତ କରିବା ଦିଗରେ ପ୍ରୟାସ କରିବେ ବୋଲି କହିଥିଲେ। ସେହିପରି ନିଗମ କର୍ମଚାରୀଙ୍କ ସମସ୍ୟା ସମ୍ପର୍କରେ ସେ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟିଆକର୍ଷଣ କରିବେ ଓ ନିଗମକୁ ଚଳଚଞ୍ଚଳ କରାଯିବା ଦିଗରେ ଆବଶ୍ୟକ ପଦକ୍ଷେପ ନେବେ ବୋଲି ସୂଚନା ଦେଇଥିଲେ।

Leave A Reply