ଗଞ୍ଜାମ: ଚିକିଟି ବ୍ଲକ୍ ଅନ୍ତର୍ଗତ ନୂଆପଡ଼ାରେ ଏକ ଅଘଟଣ ଘଟିଛି। ସ୍କୁଲ ଛାତ୍ରଛାତ୍ରୀଙ୍କୁ ନେଇ ଯାଉଥିବା ଏକ ଟାଟା ମ୍ୟାଜିକ ଗାଡ଼ି ପୋଖରୀ ମଧ୍ୟକୁ ଓଲଟି ପଡି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ କାହାର ପ୍ରାଣହାନୀ ହୋଇଥିବା ଜଣାପଡିନାହିଁ। ଗୁରୁତର ଅବସ୍ଥାରେ ଛାତ୍ରଛାତ୍ରୀଙ୍କୁ ସ୍ଥାନୀୟଲୋକେ ଉଦ୍ଧାର କରି ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରିଛନ୍ତି। ଦୁର୍ଘଟଣା ପରେ ରାସ୍ତା ଉପରେ ଛାତ୍ରଛାତ୍ରୀଙ୍କ ବ୍ୟାଗ୍, ଟିଫିନ୍ ବକ୍ସ ଓ ପାଣି ବୋତଲ ସବୁ ପଡ଼ିଥିବା ଦେଖିବାକୁ ମିଳିଛି। ଗାଡ଼ିରେ ୨୦ରୁ ଅଧିକ ଛାତ୍ରଛାତ୍ରୀ ଥିଲେ।
Popular Categories



