www.samajalive.in
Sunday, December 14, 2025
17.1 C
Bhubaneswar

ବିଗ୍-ବିଙ୍କ ଦୀପାବଳି ପାର୍ଟି

ମୁମ୍ବଇ : ଏଥରକ ବିଗ୍ ବି ଅମିତାଭ ବଚ୍ଚନଙ୍କ ଦୀପାବଳି ପାର୍ଟିକୁ ନେଇ ସବୁଠି ଚର୍ଚ୍ଚା। ଦୀପାବଳିର ଦିନ କେଇଟା ପୂର୍ବରୁ ଅମିତାଭ ଅସୁସ୍ଥ ଥିଲେ। ଚିକିତ୍ସାଳୟରୁ ଫେରିବା ପ​‌େ​‌ର ସେ ଆଉ ଅପେକ୍ଷା ନ କରି ତୁରନ୍ତ ଦୀପାବଳି ପାର୍ଟି ଆୟୋଜନରେ ଲାଗିପଡ଼ିଥିଲେ। ପତ୍ନୀ ଜୟା ପରାମର୍ଶ ଦେଇଥିଲେ, ଆସନ୍ତା ବର୍ଷ ଦୀପାବଳି ପାର୍ଟିର ଆୟୋଜନ କରିବା। ଏ ବର୍ଷ ଅମିତାଭ ନିଜ ସ୍ବାସ୍ଥ୍ୟ ପ୍ରତି ଯତ୍ନ ନିଅନ୍ତୁ। ବିଗ୍ ବି କିନ୍ତୁ ବୁଝିନଥିଲେ। ସେ ଜୟାଙ୍କୁ ବୁଝାଇଥିଲେ, ତାଙ୍କ ଯୋଜନାକୁ କାର୍ଯ୍ୟକାରୀ କରାଇବାକୁ ସେ ଚାହୁଁଛନ୍ତି। ଏଥିପାଇଁ ଜୟାଙ୍କର ସହଯୋଗ ନିତାନ୍ତ ଦରକାର। ସ୍ବାମୀଙ୍କର ଏଇ ଇଚ୍ଛାକୁ ଶେଷରେ ଜୟା ସମର୍ଥନ କରି ସମସ୍ତ ଦାୟିତ୍ବ ନେଇଥିଲେ। ବଲିଉଡର ସମସ୍ତ କଳାକାରଙ୍କ ସହ ଶିଳ୍ପପତିମାନଙ୍କୁ ମଧ୍ୟ ଏହି ପାର୍ଟିରେ ନିମନ୍ତ୍ରଣ କରାଯାଇଥିଲା। ଅମିତାଭଙ୍କ ପୁଅ-ବୋହୂ ଅଭିଷେକ-ଐଶ୍ବର୍ଯ୍ୟା ଦୀପାବଳି ପାର୍ଟିର ସମସ୍ତ କାର୍ଯ୍ୟକୁ ଭଲଭାବେ ତୁଲାଇବାରେ ସଫଳ ହୋଇଥିଲେ। ଅନ୍ୟପାଖେ ଅମିତାଭ ନିଜେ ଅତିଥିଙ୍କ ସ୍ବାଗତ କରିବା ସହ ସେମାନଙ୍କୁ ସୁସ୍ବାଦୁ ବ୍ୟଞ୍ଜନ ମଧ୍ୟ ପରଷିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories