ଯୋଗୀ ସରକାରଙ୍କ ତଥ୍ୟ ପ୍ରଘଟ ଅଭିଯୋଗରେ ୨ ଅଧିକାରୀ ନିଲମ୍ବିତ

0

ଲକ୍ଷ୍ନୌ: ଯୋଗୀ ଆଦିତ୍ୟନାଥ ୨ଜଣ ଅଧିକାରୀଙ୍କୁ ନିଲମ୍ବିତ କରିଛନ୍ତି। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ ସମାଜବାଦୀ ପାର୍ଟି ପ୍ରତିଷ୍ଠାତା ମୁଲାୟମ ସିଂହ ଯାଦବଙ୍କ ସାକ୍ଷାତକାର ସମ୍ପର୍କିତ ଖବର ପ୍ରଘଟ କରିବା ଅଭିଯୋଗରେ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ଯୋଗୀଙ୍କ ନିଜସ୍ୱ ସଚିବ ପିତାମ୍ବର ଯାଦବ ଓ ନିଜସ୍ୱ ସହଯୋଗୀ ଶିଶୁପାଳଙ୍କୁ ନିଲମ୍ବନ କରାଯାଇଛି।
ସୁପ୍ରିମ କୋର୍ଟ ଦ୍ୱାରା ଜାରି ହୋଇଥିବା ସରକାରୀ ଘର ଖାଲି କରିବା ନିର୍ଦେଶ ସମ୍ପର୍କରେ ମୁଲାୟମ ସିଂହ ଯାଦବ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ। ଯୋଗୀଙ୍କ ବାସଭବନରେ ଚାଲିଥିବା ଏହି ସାକ୍ଷାତକାର ୩୦ମିନିଟ ସମୟ ଧରି ଚାଲିଥିଲା।
ଗୁରୁବାର ସନ୍ଧ୍ୟାରେ ୟୁପି ସରକାର ପକ୍ଷରୁ ୬ଜଣ ପ୍ରାକ୍ତନ ମୁଖ୍ୟମନ୍ତ୍ରୀଙ୍କୁ ସରକାରୀ ଘର ଖାଲି କରିବା ପାଇଁ ନୋଟିସ ପ୍ରେରଣ କରାଯାଇ ଥିଲା। ଏପରିକି ବିଜେପିର କିଛି ନେତାଙ୍କୁ ମଧ୍ୟ ସେମାନଙ୍କ ସରକାରୀ ବାସଭବନ ଖାଲି କରିବାକୁ ପଡ଼ିଛି। ନୋଟିସରେ ୧୫ଦିନ ମଧ୍ୟରେ ପ୍ରାକ୍ତନ ମୁଖ୍ୟମନ୍ତ୍ରୀଙ୍କୁ ସରକାରୀ ବାସଭବନ ଖାଲି କରିବାକୁ ନିର୍ଦେଶ ଦିଆଯାଇ ଥିଲା। ନାରାୟଣ ଦତ୍ତ ତିୱାରୀ, ମୁଲାୟମ ସିଂହ ଯାଦବ, କଲ୍ୟାଣ ସିଂହ, ମାୟାବତୀ, ରାଜନାଥ ସିଂହ ଓ ଅଖିଳେଶ ଯାଦବ ପ୍ରମୁଖଙ୍କୁ ଏହି ନୋଟିସ ଜାରି କରାଯାଇଛି। ଏହି ନେତାମାନେ ଲକ୍ଷେ୍ନøର ଭିଭିଆଇପି ଅଞ୍ଚଳରେ ବିଶାଳ ସରକାରୀ ବାସଭବନକୁ ଦଖଲରେ ରଖିଛନ୍ତି। ସୁପ୍ରିମ କୋର୍ଟରେ ଜଷ୍ଟିସ ରଞ୍ଜନ ଗୋଗୋଇଙ୍କ ନେତୃତ୍ୱରେ ଗଠିତ ଖଣ୍ଡପିଠ କାର୍ଯ୍ୟକାଳ ପରେ ନେତା ଜଣେ ସାଧାରଣ ଲୋକଙ୍କ ପରି ସୁବିଧା ପାଇବେ ବୋଲି ନିର୍ଦେଶ ଦେବା ପରେ ଏଭଳି ପଦକ୍ଷେପ ନିଆଯାଇଛି।

Leave A Reply