www.samajalive.in
Saturday, December 13, 2025
23.1 C
Bhubaneswar

ଦୀପାବଳିରେ ସ୍ୱତନ୍ତ୍ର ଖାଦ୍ୟ; ବ୍ରେଡ଼ ଗୁଲାବ ଜାମୁନ୍

ଆବଶ୍ୟକ ସାମଗ୍ରୀ
ବ୍ରେଡ଼ – ୫ଟି
କ୍ଷୀର – ଆବଶ୍ୟକ ପରିମାଣରେ
ଚିନି – ଆବଶ୍ୟକ ପରିମାଣରେ
ତେଲ – ଆବଶ୍ୟକ ପରିମାଣରେ
ଗୁଜୁରାତି ଗୁଣ୍ଡ – ଅଳ୍ପ
କାଜୁ ଓ କିସମିସ – ଆବଶ୍ୟକ ପରିମାଣରେ
ପ୍ରସ୍ତୁ୍‍ତି ପ୍ରଣାଳୀ – ପ୍ରଥମେ ପାଉଁରୁଟିର ମାଟିଆ ଅଂଶକୁ କାଢି ଦିଅନ୍ତୁ। ଏବେ ଏକ ପାତ୍ରରେ ପାଉଁରୁଟିର ଧଳା ଅଂଶ ଓ କ୍ଷୀର ମିଶାଇ ଭଲ ଭାବେ ଚକଟି ଦିଅନ୍ତୁ। ଭଲ ଭାବେ ଚକଟିବା ପରେ ହାତରେ ବଲ ଆକୃତିର କରି ଏହାର ମଝିରେ ସାମାନ୍ୟ ଖାଲ କରି ଗୋଟିଏ କାଜୁ ଓ କିସମିସ ଭରି ଦିଅନ୍ତୁ। ବର୍ତ୍ତମାନ ଗ୍ୟାସରେ କଡ଼େଇ ବସାଇ ତେଲ ଗରମ କରି ଗଢିଥିବା ବଲ୍‍ ଆକୃତିର ପାଉଁରୁଟିକୁ ଛାଣି ଦିଅନ୍ତୁ। ଏହାପରେ ସିରା ପ୍ରସ୍ତୁତ କରିବା ପାଇଁ ଗ୍ୟାସରେ ଆଉ ଏକ ପାତ୍ର ବସାଇ ଏକ କପରୁ ସାମାନ୍ୟ କମ ଚିନି ଓ ପାଣିରେ ଗରମ କରନ୍ତୁ। ସିରା କିଛି ସମୟ ଫୁଟିବା ପରେ ଗ୍ୟାସ ବନ୍ଦ କରି ଦିଅନ୍ତୁ। ଏବେ ଏଥିରେ ଛାଣିଥିବା ବ୍ରେଡ଼କୁ ସିରାରେ ପକାଇ କିଛି ସମୟ ରଖି ଏକ ପାତ୍ରକୁ କାଢି ଖାଆନ୍ତୁ। ପ୍ରସ୍ତୁତ ହୋଇଗଲା ବ୍ରେଡ଼ ଗୁଲାବ ଜାମୁନ୍।

Hot this week

ସଂସଦ ଆକ୍ରମଣକୁ ୨୪ବର୍ଷ ପୁରିଲା: ୪୫ମିନିଟ୍‌ ଧରି ହୋଇଥିଲା ଗୁଳିଚାଳନା

ନୂଆଦିଲ୍ଲୀ: ସଂସଦ ଉପରେ ଆକ୍ରମଣକୁ ଆଜି ପୂରିଲା ୨୪ ବର୍ଷ ।...

ଲିଓନେଲ୍ ମେସିଙ୍କ ୭୦ ଫୁଟ ପ୍ରତିମୂର୍ତ୍ତି ଉନ୍ମୋଚନ

ସମାଜ ଲାଇଭ ଡ଼େସ୍କ : ବିଶ୍ବର ତାରକା ଫୁଟବଲ୍ ଖେଳାଳି ଲିଓନେଲ୍...

ମାଟି ତଳୁ କଡାଯାଉଛି ରାମୁ ହାତୀର କଙ୍କାଳ: ପ୍ରକୃତି ନିବାସରେ ସଂରକ୍ଷିତ ରହିବ

ସମାଜ ଡିଜିଟାଲ ଡେସ୍କ: ଅମର ରହିବ ରାମୁ ହାତୀ । ସଂରକ୍ଷିତ...

ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଡେନମାର୍କ ଔଷଧ କମ୍ପାନୀ ନୋଭୋ ନରଡିସ୍କ ଶେଷରେ ଭାରତରେ...

ତାଣ୍ଡବ ରଚିଲା ଘନ କୁହୁଡ଼ି : ଗୋଟିଏ ପରେ ଗୋଟିଏ ଛଅଟି ଗାଡ଼ି ଧକ୍କା

ସମାଜ ଲାଇଭ ଡ଼େସ୍କ : ଉତ୍ତର ପ୍ରଦେଶରେ ତାଣ୍ଡବ ରଚିଲା ଘନ...

Related Articles

Popular Categories