www.samajalive.in
Wednesday, December 10, 2025
14.1 C
Bhubaneswar

ସ୍ମିତାରାଣୀଙ୍କ ଚରିତ୍ର ସଂହାର ଏବଂ ତଦନ୍ତରେ ଅବହେଳା ଅଭିଯୋଗରେ ଏସ.ପି ମିନାଙ୍କ ବିରୁଦ୍ଧରେ ଏତଲା

ଯାଜପୁର: ଯାଜପୁର ଧର୍ମଶାଳା ବ୍ଲକ ହରିଦାଶପୁର ପିଇଓ ସ୍ମିତାରାଣୀଙ୍କ ଚରିତ୍ର ସଂହାର ଏବଂ ତଦନ୍ତରେ ଅବହେଳା ପ୍ରଦର୍ଶନ କରବା ଅଭିଯୋଗରେ ଜିଲା ବିଜେପି ପକ୍ଷରୁ ଶନିବାର ସମସ୍ତ ଥାନା ଓ ଫାଣ୍ଡିରେ ଏସ.ପି ଚରଣ ସିଂ ମିନାଙ୍କ ବିରୁଦ୍ଧରେ ଏତଲା ଦିଆଯାଇଛି। ଜିଲ୍ଲା ବିଜେପି ସଭାପତି ଗୌତମ ରାୟଙ୍କ ନେତୃତ୍ୱରେ ଶତାଧିକ ବିଜେପି କର୍ମୀ କିଆନାଳି ଛକରୁ ଏକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରି ଯାଜପୁର ଥାନାରେ ପହଞ୍ଚିଥିଲେ। ବିଜେପି ସାଧାରଣ ସମ୍ପାଦକ ସୁଦୀପ୍ତ ପଣ୍ଡା ଏସ.ପିଙ୍କ ବିରୁଦ୍ଧରେ ଯାଜପୁର ଥାନା ଅଧିକାରୀ ଆଶିଷ କୁମାର ସାହୁଙ୍କ ନିକଟରେ ଏତଲା ଦେଇଥିଲେ। ଗତ ୧୬ ତାରିଖରେ ସ୍ମିତାରାଣୀଙ୍କ ମୃତଦେହ ହରିଦାସପୁର ସରପଞ୍ଚ ସ୍ବାମୀଙ୍କ ଗେଷ୍ଟ ହାଉସରୁ ଉଦ୍ଧାର ହୋଇଥିଲା। ଏହା ଏକ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରି ବିଜେପି ପକ୍ଷରୁ ଜିଲାରେ ବନ୍ଦ ମଧ୍ୟ ଡ଼ାକରା ଦିଆଯାଇଥିଲା।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories