BJD Bijuli 480×75 Mob

ସବୁ ସ୍ବାଭିମାନୀ ମହିଳା ବିଜେପିକୁ ବାସନ୍ଦ କରିବା ଉଚିତ: ପ୍ରିୟଙ୍କା

BJD Bijuli 480×75 Mob

ଚଣ୍ଡୀଗଡ଼: ହରିୟାଣାରେ ବିଜେପି କଳେ ବଳେ କୌଶଳେ ସରକାର ଗଢ଼ିବା ପାଇଁ ପ୍ରୟାସ ଚଳାଇଛି। ଦଳକୁ ୮ଜଣ ସ୍ବାଧୀନ ବିଧାୟକ ସମର୍ଥନ ମଧ୍ୟ କରୁଛନ୍ତି। ତେଣୁ ବିଜେପି ରାଜ୍ୟରେ ସରକାର ଗଠନ କରିବ ବୋଲି ଏକ ପ୍ରକାର ଜଣାପଡ଼ିଛି। ତେବେ ସ୍ବାଧୀନ ବିଧାୟକମାନଙ୍କ ମଧ୍ୟରେ ରହିଛି ପୂର୍ବତନ ମନ୍ତ୍ରୀ ତଥା ସିରସା ଆସନରୁ ନିର୍ବାଚିତ ବିଧାୟକ ଗୋପାଳ କାଣ୍ଡା, ଯାହାଙ୍କୁ ନେଇ ଏବେ ବିବାଦ ଘନେଇବାରେ ଲାଗିଛି। ଏୟାର ହୋଷ୍ଟେସ ଗୀତିକା ଶର୍ମା ଆତ୍ମହତ୍ୟା ମାମଲାରେ ଗୋପାଳ ଅଭିଯୁକ୍ତ ଥିଲେ। ଗୀତିକାଙ୍କୁ ସେ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଥିଲା। ବର୍ତ୍ତମାନ ବିଜେପିକୁ ତାଙ୍କ ସମର୍ଥନ ଦଳ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିଛି। ଗୋପାଳ ଯଦି ବିଜେପିକୁ ସମର୍ଥନ କରନ୍ତି, ତେବେ ଦଳ ତାଙ୍କୁ ମନ୍ତ୍ରୀ ପଦ ଦେଇପାରେ। ଏହାକୁ ବିଭିନ୍ନ ଦଳ ପକ୍ଷରୁ ବିରୋଧ କରାଯାଉଛି। ଏହାକୁ ନେଇ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ବିଜେପିକୁ ସିଧାସଳଖ ଟାର୍ଗେଟ କରିଛନ୍ତି। ମହିଳାଙ୍କୁ ନିର୍ଯାତନା ଦେଉଥିବା ଜଣେ ଅଭିଯୁକ୍ତଙ୍କୁ ବିଜେପି ସମର୍ଥନ କରୁଥିବାରୁ ଏହି ଦଳକୁ ପ୍ରତି  ସ୍ବାଭିମାନୀ ମହିଳା ବାସନ୍ଦ କରିବା ଉଚିତ ବୋଲି ପ୍ରିୟଙ୍କା କହିଛନ୍ତି। ପ୍ରିୟଙ୍କା ନିଜ ଟ୍ବିଟର ଆକାଉଣ୍ଟରେ ଉଲ୍ଲେଖ କରିଛନ୍ତି ଯେ, ପ୍ରଥମେ କୁଲଦୀପ ସେନଗାର, ପରେ ଚିନ୍ମୟାନନ୍ଦ ଏବଂ ବର୍ତ୍ତମାନ ଗୋପାଳ କାଣ୍ଡା। ପ୍ରତି ସ୍ବାଭିମାନୀ ମହିଳା ବିଜେପି ଏହାର ନେତାମାନଙ୍କୁ ବାସନ୍ଦ କରିବା ଉଚିତ।

ଉଲ୍ଲେଖଯୋଗ୍ୟ, ପ୍ରିୟଙ୍କାଙ୍କ ପୂର୍ବରୁ ବରିଷ୍ଠ ବିଜେପି ନେତ୍ରୀ ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଉମା ଭାରତୀ ମଧ୍ୟ ଦୁଃଖ ପ୍ରକାଶ କରିଛନ୍ତି। ବିଜେପି କାଣ୍ଡାଙ୍କ ସମର୍ଥନ ଲୋଡୁଥିବାରୁ ସେ ଦଳର ନୈତିକ ମୂଲ୍ୟବୋଧକୁ ମନେପକାଇ ଦେବା ସହିତ ସ୍ବଚ୍ଛ ଏବଂ ନିର୍ମଳ ଭାବମୂର୍ତ୍ତି ଥିବା ବ୍ୟକ୍ତିମାନେ ଦଳରେ ଅନ୍ତର୍ଭୁକ୍ତ ହେବା ଉଚିତ ବୋଲି କହିଛନ୍ତି।

Comments are closed.