ଲଜ୍ୟା: କଟକ ଓ ବାଲେଶ୍ୱରରେ ନାବାଳିକାଙ୍କୁ ବଳାତ୍କାର ଅଭିଯୋଗ
କଟକ/ବାଲେଶ୍ୱର : କଟକ,ସାଲେପୁର ଓ ବାଲେଶ୍ୱରରେ ତିନି ଜଣ ନାବାଳିକାଙ୍କୁ ଅଲଗା ଅଲଗା ବଳାତ୍କାର କରାଯାଇଥିବା ପରି ଲଜ୍ୟାଜନକ ଖବର ଆସିଛି । ବାଲେଶ୍ୱରରେ ଜଣେ ଦିବ୍ୟାଙ୍ଗଙ୍କୁ ବଳାତ୍କାରର କରାଯାଇଥିବା ଅଭିଯୋଗ ହୋଇଛି , ପୀଡିତାଙ୍କ ଘରେ କେହି ନ ଥିବା ବେଳେ ଅଭିଯୁକ୍ତ ମନ୍ନଥ ଜେନା ବଳାତ୍କାର କରିଥିବା ଅଭିଯୋଗ ହୋଇଛି । ପୀଡିତାଙ୍କ ଜେଜେମା ଆସିବାରୁ ସେ ଘରୁ ଦଉଡି ଚାଲିଯାଇଥିଲା । ବାଲିଆପାଳ ଥାନାରେ ଏ ନେଇ ମାମଲା ରୁଜୁ ହୋଇଛି ।
କଟକର ମଧୁପାଟଣା ଥାନା ଅଞ୍ଚଳରେ ୧୧ ବର୍ଷର ନାବାଳିକା ବରଫ କିଣାବା ପାଇଁ ଏକ ଦୋକାନକୁ ଯାଇଥିବା ବେଳେ ଜଣେ ବୟସ୍କ ଲୋକ ତାକୁ ବଳାତ୍କାର କରିଥିଲା । ଗୁରୁତର ଅବସ୍ଥାରେ ପୀଡିତାଙ୍କୁ ଚିକିତ୍ସା ପାଇଁ ଏସ୍ସିବି ମେଡିକାଲରେ ଭର୍ତ୍ତ କରାଯାଇଛି ।
ସାଲେପୁରରେ ଜଣେ ନାବାଳିକାକୁ ତାହାର ସମ୍ପର୍କୀୟ ବଳାତ୍କାର କରାଯାଇଥିବା ଅଭିଯୋଗ କରାଯାଇଛି । ହେଲେ ପୀଡିତାଙ୍କ ଘର ଲୋକ ଅଭିଯୋଗ ନ କରିବାରୁ ଚାଇଲ୍ଡ ଲାଇନ ପକ୍ଷରୁ ଥାନାରେ ମାମଲା ରୁଜୁ କରାଯାଇଛି ।