www.samajalive.in
Wednesday, December 10, 2025
14.1 C
Bhubaneswar

‘କମାଣ୍ଡୋ-୩’ : ସାମ୍ନାକୁ ଆସିଲା ବିଦ୍ୟୁତ୍‍ଙ୍କ ପ୍ରଥମ ଲୁକ୍‍

ମୁମ୍ବଇ : ବଲିଉଡ଼ ଅଭିନେତା ବିଦ୍ୟୁତ୍‍ ଜାମବାଲଙ୍କ ଅଭିନୀତ ଆଗାମୀ ଚଳଚ୍ଚିତ୍ର ‘କମାଣ୍ଡୋ-୩’ର ପୋଷ୍ଟର ମଙ୍ଗଳବାର ସାମ୍ନାକୁ ଆସିଛି। ପୋଷ୍ଟରକୁ ବିଦ୍ୟୁତ୍‍ ସାମାଜିକ ଗଣମାଧ୍ୟମରେ ଶେୟାର କରିଛନ୍ତି। ଏହି ପୋଷ୍ଟରରେ ଦର୍ଶକଙ୍କୁ ବିଦ୍ୟୁତ୍‍ଙ୍କ ଲୁକ୍‌ ସହ ପରିଚିତ କରାହୋଇଛି। ତାଙ୍କ ଉଗ୍ର ରୂପ ତଥା ଲମ୍ବା କେଶ ସହ କ୍ରୋଧିତ ଚେହେରା ଦେଖିବାକୁ ମିଳିଛି।
ସୂଚନାଯୋଗ୍ୟ, ଏହା ‘କମାଣ୍ଡୋ’ ସିରିଜ୍‍ର ତୃତୀୟ ଭାଗ। ସମସ୍ତ ଭାଗ ପରି ‘କମାଣ୍ଡୋ-୩’ ମଧ୍ୟ ଦର୍ଶକଙ୍କୁ ଖୁବ୍‍ ପସନ୍ଦ ଆସିବ ବୋଲି ନିର୍ମାତା ଆଶା ବ୍ୟକ୍ତ କରିଛନ୍ତି। ଆଦିତ୍ୟ ଦତ୍ତଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଚଳଚ୍ଚିତ୍ର ଚଳିତ ବର୍ଷ ନଭେମ୍ବର ୨୯ ତାରିଖରେ ମୁକ୍ତିଲାଭ କରିବ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories