ମହିଳାଙ୍କ ପାଇଁ ଟ୍ରେନ୍‍ରେ ଲାଗିବ ‘ପ୍ୟାନିକ୍‍ ବଟନ୍‍’

0

ଲକ୍ଷ୍ନୌ : ରେଳ ଯାତ୍ରା ବେଳେ ମହିଳା ଯାତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରିବା ଉଦ୍ଦେଶ୍ୟରେ ଉତ୍ତର ପୂର୍ବ ରେଳବାଇ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି। ଏଥିକ୍ରମେ ଏଣିକି ଟ୍ରେନ୍‍ଗୁଡିକରେ ‘ପ୍ୟାନିକ୍‍ ବଟନ୍‍’ ବ୍ୟବସ୍ଥା ରହିବ। କୌଣସି ବିପଦର ଆଶଙ୍କା କଲେ ମହିଳା ଯାତ୍ରୀମାନେ ଏହି ବଟନ୍‍ ଦବାଇ ସହାୟତା ଲୋଡିପାରିବେ। ରେଳଯାତ୍ରା ବେଳେ ମହିଳା ଏବଂ ଶିଶୁମାନଙ୍କ ସୁରକ୍ଷା ଦୃଷ୍ଟିରୁ ରାତ୍ରି ସମୟରେ ଉପ-ସହରାଞ୍ଚଳ ଟ୍ରେନ୍‍ଗୁଡିକରେ ମହିଳା ପୁଲିସ ନିଯୁକ୍ତ କରାଯିବ ବୋଲି ଉତ୍ତରପୂର୍ବ ରେଳବାଇ ପିଆର୍‍ଓ ମୁଖ୍ୟ ସଞ୍ଜୟ ଯାଦବ କହିଛନ୍ତି। ଟ୍ରେନ୍‍ରେ ଯାତ୍ରା କରିବା ବେଳେ ଅସଦାଚରଣର ଶିକାର ହେଉଥିବା ନେଇ ମହିଳା ଯାତ୍ରୀଙ୍କଠାରୁ ସଂଖ୍ୟାଧିକ ଅଭିଯୋଗ ପାଇବା ପରେ ରେଳବାଇ ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି।

Leave A Reply