www.samajalive.in
Monday, December 8, 2025
14.1 C
Bhubaneswar

“ନୋକିଆ-୧୧୦-୨୦୧୯”ର ବଜାର ପ୍ରବେଶ, ଥରେ ଚାର୍ଜକଲେ ୨୭ଘଣ୍ଟା ପର୍ଯ୍ୟନ୍ତ ଶୁଣିପାରିବେ ଗୀତ

ନୂଆଦିଲ୍ଲୀ : ଏଚଏମଡି ଗ୍ଲୋବାଲ ନୋକିଆର ଏକ ନୂଆ ଫୋନର ବଜାର ପ୍ରବେଶ କରିଛି। ଯାହାର ନାମ “ନୋକିଆ-୧୧୦-୨୦୧୯”। ଖାସକରି ସେହି ଗ୍ରାହକଙ୍କ ପାଇଁ ଏହି ଫୋନକୁ ଲଞ୍ଚ କରାଯାଇଛି। ଯେଉଁମାନେ ମୋବାଇଲରେ ଅଧିକ ସମୟ ଗୀତ ଶୁଣିବାକୁ ପସନ୍ଦ କରନ୍ତି। ଏହି ଫୋନକୁ ନେଇ ନୋକିଆର କହିବା କଥା ଯେ, ଫୋନକୁ ଥରେ ଚାର୍ଜକଲେ ୨୭ଘଣ୍ଟା ପର୍ଯ୍ୟନ୍ତ ଏଥିରେ ଗୀତ ଶୁଣି ପାରିବେ। ଏହାର ମୂଲ୍ୟ ୧୫୯୯ଟଙ୍କା। ଏହି ଫୋନର ବିକ୍ରି ନୋକିଆ ୱେବସାଇଟ୍ ଏବଂ ଅଫଲାଇନ ଷ୍ଟୋରରେ ଆରମ୍ଭ ହୋଇସାରିଛି।

pic courtesy-Nokia corporation

“ନୋକିଆ-୧୧୦-୨୦୧୯”ର ବିଶେଷତ୍ବ ବିଷୟରେ କହିଲେ ଏଥିରେ ୧.୭୭ଇଞ୍ଚର କ୍ୟୁକ୍ୟୁଭିଜିଏ ଡିସପ୍ଲେ ରହିଛି। ଏହାବ୍ୟତୀତ ଏଥିରେ ଏସପିଆରଡି ୬୫୩୧ଇ ପ୍ରୋସେସର ଏବଂ ୪ଏମବି ରାମ ଏବଂ ୪ଏମବି ଷ୍ଟୋରେଜ ରହିଛି। ଏହାବ୍ୟତୀତ ଏଥିରେ ମାଇକ୍ରୋ ୟୁଏସବି ୨.୦ ପୋର୍ଟ ଦିଆଯାଇଛି। ଏଥିରେ ଡୁଆଲ ସିମ ସପୋର୍ଟ ଦିଆଯାଇଛି।

- Advertisement -

ସବୁଠାରୁ ଖାସ କଥା ହେଉଛି ଏଥିରେ ୩୨ଜିବି ପର୍ୟ୍ୟନ୍ତ ମେମୋରୀ କାର୍ଡ ସପୋର୍ଟ ରହିଛି। ଫୋନ‌ରେ ୮ହଜାର ଏମଏଚ ବ୍ୟାଟେରୀ ଦିଆଯାଇଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories