www.samajalive.in
Friday, December 12, 2025
14.1 C
Bhubaneswar

ଚିକିତ୍ସାରେ ଅବହେଳା : ମାସେ ପରେ ଶିଶୁ ଦେହରୁ ବାହାରିଲା ଭଙ୍ଗା ଇଞ୍ଜେକ୍ସନ ଛୁଞ୍ଚି

ଅନୁଗୁଳ : ଅନୁଗୁଳ ଜିଲା ଆଠମଲ୍ଲିକ ବ୍ଲକ ମାଧପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ପ୍ରାୟ ମାସକ ତଳେ ଏଠାରୁ ଇଞ୍ଜେକ୍ସନ୍ ନେଇଥିବା ଏକ ୩ ବର୍ଷର ଶିଶୁ ଶରୀରରେ ଛୁଞ୍ଚି ଭାଙ୍ଗି ରହିଥିବା ଯୋଗୁଁ ପିଲାର ଅବସ୍ଥା ଗୁରୁତର ହୋଇପଡ଼ିଛି। ଗୁରୁବାର ଛୁଞ୍ଚିଟିକୁ ବାହାର କରିଦିଆଯାଇଥିବା ବେଳେ ଅଧିକ ଚିକିତ୍ସା ପାଇଁ ଶିଶୁକୁ ଆଠମଲ୍ଲିକ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
ସୂଚନା ଅନୁସାରେ, ମୋହନଖଲି ଗ୍ରାମର ସୀତାକାନ୍ତ ପଣ୍ଡା ନିଜ ୩ ବର୍ଷର ପୁଅ ସ୍ୱୟଂଜିତଙ୍କୁ ଜ୍ବର ହୋଇଥିବାରୁ ପ୍ରାୟ ମାସକ ତଳେ ମାଧପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ସେଠାରେ ନର୍ସ ସ୍ୱୟଂଜିତଙ୍କୁ ଇଞ୍ଜେକ୍ସନ ଦେବାବେଳେ ଛୁଞ୍ଚିଟି ଅଧା ଭାଙ୍ଗି ସମ୍ବେଦନଶୀଳ ସ୍ଥାନରେ ରହିଯାଇଥିଲା। କିନ୍ତୁ ସେତେବେଳେ ନର୍ସ ଏ ସମ୍ପର୍କରେ କାହାକୁ କିଛି ଜଣାଇ ନଥିଲେ। ପରିବାର ଲୋକ ମଧ୍ୟ ଏ ସମ୍ପର୍କରେ କିଛି ଜାଣି ନଥିଲେ। ଏହାପରେ ଶିଶୁଟି ଅସହ୍ୟ ଯନ୍ତ୍ରଣା ଅନୁଭବ କରୁଥିଲା। ପରିବାର ଲୋକେ ପୁଣି ତାକୁ ଉକ୍ତ ଡାକ୍ତରଖାନାକୁ ମଧ୍ୟ ଆଣିଥିଲେ। ମାତ୍ର ଇଞ୍ଜେକ୍ସନ ନେଇଥିବାରୁ ଏହି ଯନ୍ତ୍ରଣା ହେଉଥିବା କହି ଡାକ୍ତର ସାମାନ୍ୟ ଔଷଧ ଦେଇ ତାଙ୍କୁ ଘରକୁ ପଠାଇ ଦେଇଥିଲେ। ତେବେ ଆଜି ସକାଳେ ଶିଶୁଟିର ସମ୍ବେଦନଶୀଳ ସ୍ଥାନ ନିକଟରେ ଛୁଞ୍ଚିଟି ବାହାରକୁ ବାହାରିଥିବା ଦେଖିବାକୁ ମିଳିଥିଲା। ଏହାପରେ ପରିବାର ଲୋକେ ତାଙ୍କୁ ମାଧପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ସେଠାରୁ ତାଙ୍କୁ ଆଠମଲ୍ଲିକ ଉପଖଣ୍ଡ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଛୁଞ୍ଚି ବାହାର କରାଯାଇ ଅଧିକ ଚିକିତ୍ସା ଜାରି ରହିଛି।

Hot this week

ଜାନୁଆରୀ ୩୧ ରୁ ଓସିଏସ୍‌ ମୁଖ୍ୟ ଲିଖିତ ପରୀକ୍ଷା

କଟକ : ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ଦ୍ବାରା ପରିଚାଳିତ ଓଡ଼ିଶା...

ସଜାଡ଼ିବାକୁ ଉଦ୍ୟମ : ମୋକିମ୍‌

କଟକ : ବାରବାଟୀ କଟକର ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କ ଚିଠିକୁ...

ଓଡ଼ିଶା ହେବ ଜବରଦଖଲମୁକ୍ତ

ଭୁବନେଶ୍ବର: ଓଡ଼ିଶାକୁ ଜବରଦଖଲମୁକ୍ତ କରିବାକୁ ରାଜସ୍ବ ବିଭାଗ ଅଣ୍ଟା ଭିଡ଼ିଛି। ବିଭାଗସ୍ତରରେ...

୬ ରାଜ୍ୟରେ ଏସ୍‌ଆଇଆର୍‌ ସମୟସୀମା ବୃଦ୍ଧି

ନୂଆଦିଲ୍ଲୀ: ନିର୍ବାଚନ କମିଶନ (ଇସି)ଙ୍କ ତରଫରୁ ଗୁରୁବାର ପାଞ୍ଚ ରାଜ୍ୟ ଓ...

କଂଗ୍ରେସ ହାଇକମାଣ୍ଡଙ୍କ ନିଷ୍ପତ୍ତିକୁ ଅପେକ୍ଷା

ଭୁବନେଶ୍ବର : ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କ ଚିଠିକୁ ନେଇ ରାଜ୍ୟ...

Related Articles

Popular Categories