www.samajalive.in
Tuesday, December 9, 2025
26.1 C
Bhubaneswar

ଦୀପାବଳୀରେ ଆତଙ୍କବାଦୀ ଆକ୍ରମଣକୁ ନେଇ ଆଲର୍ଟ ଜାରି; ୪ ସନ୍ଦିଗ୍ଧ ଠାବ

ନୂଆଦିଲ୍ଲୀ: ଦୀପାବଳୀରେ ଆତଙ୍କବାଦୀ ଆକ୍ରମଣ ଆଶଙ୍କା କରାଯାଇ ଏନଆଇଏ ପକ୍ଷରୁ ଆଲର୍ଟ ଜାରି କରାଯାଇଛି। ଚାରି ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ଉତ୍ତରପ୍ରଦେଶ ଗୋରଖପୁରରେ ଠାବ କରାଯାଇଛି। ନେପାଳ ସୀମାନ୍ତରେ ଏସଏସବି ଏବଂ ୟୁପି ଯବାନ ତଲାସୀ ଅଭିଯାନ ଜାରି ରଖିଛନ୍ତି।

ଏନଆଇଏ ପକ୍ଷରୁ କୁହାଯାଇଛି ଯେ, ଏହି ଆତଙ୍କବାଦୀମାନେ ନେପାଳ ରାସ୍ତା ଦେଇ ଭାରତରେ ପ୍ରବେଶ କରିଛନ୍ତି। ଅକ୍ଟୋବର ୧୭ ଅର୍ଥାତ୍ ଆଜି ଦିଲ୍ଲୀରେ ଏକତ୍ରିତ ହେବେ। ଏହି ସବୁ ଆତଙ୍କବାଦୀ ଶିଫ୍ଟ ଡିଜାୟର କାରରେ ଯାତ୍ରା କରୁଥିବା ଦେଖିବାକୁ ମିଳିଛି। କିଛି ଆତଙ୍କବାଦୀ କାଶ୍ମୀରରୁ ଦିଲ୍ଲୀରେ ପହଞ୍ଚିବେ ବୋଲି ଜଣାପଡିଛି। ଏହି କାରଣରୁ ଦିଲ୍ଲୀ ଓ ୟୁପି ସମେତ ଅନ୍ୟାନ୍ୟ ରାଜ୍ୟରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ଏହା ସହ ଆତଙ୍କବରାଦୀଙ୍କ ଚେହେରା ଚିତ୍ର ଏନଆଇଏ ପାଖରେ ରହିଛି। ଏହି ଆଧାରରେ ପୁଲିସ ଛାନଭିନ୍‌ ଆରମ୍ଭ କରିଛି।

Hot this week

ଆଉ ୧୮ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା : ଏମ୍‌ଭି-୨୬ରେ ୧୬୩ ଘର କ୍ଷତିଗ୍ରସ୍ତ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ବଢିଲା ଇଣ୍ଟରନେଟ୍ କଟକଣା। ପ୍ରଶାସନ ଆଉ ୧୮...

୫ ବର୍ଷରେ ଗଲାଣି ୫୧୮ ଦାଦନଙ୍କ ଜୀବନ

ସମାଜଲାଇଭ ଡେସ୍କ: ରାଜ୍ୟରେ ଦାଦନ ଶ୍ରମିକଙ୍କ ମୃତ୍ୟୁ ଘଟଣା ଦିନକୁ ଦିନ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟି-୨୦ ମ୍ୟାଚ୍ କୁ ନେଇ...

କେଉଁ ଡାଲି ଶରୀର ପାଇଁ ଜରୁରୀ: ରକ୍ତଚାପ, କୋଲେଷ୍ଟ୍ରଲ ଏବଂ ଓଜନ ମଧ୍ୟ ହ୍ରାସ ପାଇଥାଏ

ସମାଜ ଡିଜିଟାଲ ଡେସ୍କ: ଡାଲି ପୁଷ୍ଟିସାରରେ ଭରପୂର ରହିଥାଏ। ଏଥିରେ ପ୍ରଚୁର...

ସରିଲା ଶୀତକାଳୀନ ଅଧିବେଶନ

ଭୁବନେଶ୍ଵର: ସରିଲା ବିଧାନସଭା ଶୀତକାଳୀନ ଅଧିବେଶନ। ନିର୍ଦ୍ଧାରିତ ସମୟ ପୂର୍ବରୁ ଅଧିବେଶନ...

Related Articles

Popular Categories