www.samajalive.in
Friday, December 12, 2025
14.1 C
Bhubaneswar

ବିଜେପୁର ଉପନିର୍ବାଚନ ପ୍ରଚାର ପାଇଁ ମୈଦାନରେ ନବୀନ

ବରଗଡ଼: ବିଜେପୁର ବିଧାନସଭା ଉପନିର୍ବାଚନ ପାଇଁ ବରଗଡ଼ରେ ଜୋରଦାର ପ୍ରଚାର ଚାଲିଛି। ତିନି ପ୍ରମୁଖ ଦଳ ବିଜେପି, ବିଜେଡି ଓ କଂଗ୍ରେସର ବଡ଼ ବଡ଼ ନେତା, ମନ୍ତ୍ରୀଙ୍କ ଭିଡ଼ ଦେଖିବାକୁ ମିଳିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଦଳୀୟ ପ୍ରାର୍ଥୀ ରୀତା ସାହୁଙ୍କ ପାଇଁ କସରତ ଆରମ୍ଭ କରିଦେଇଛନ୍ତି। ପ୍ରଚାର ନିମନ୍ତେ ମୁଖ୍ୟମନ୍ତ୍ରୀ ଗୁରୁବାର ପୂର୍ବାହ୍ନରେ ଲାଉମୁଣ୍ଡାରେ ପହଞ୍ଚି ସେଠାରୁ ହାଇଟେକ୍ ବସ୍‌ ଯୋଗେ ରୋଡ଼୍‌ ଶୋ କରିଥିଲେ। ଏହି ପ୍ରଚାର ସମୟରେ ଲୋକଙ୍କୁ ସମ୍ବୋଧିତ କରିବା ସହ ‘ଆପଣ ମାନେ ଖୁସି ତ’ ବୋଲି ସେ ପଚାରିଥିଲେ। ଗୁରୁବାର ଓ ଶୁକ୍ରବାର ଦୁଇ ଦିନ ବିଜେଡ଼ି ସୁପ୍ରିମୋ ପ୍ରଚାର କରିବେ। ତେବେ ଆଜି ବିଜେପୁର ଏବଂ ବରପାଲିର ୩୧ଟି ସ୍ଥାନରେ ମୁଖ୍ୟମନ୍ତ୍ରୀ ପ୍ରଚାର କରିବାର କାର୍ଯ୍ୟକ୍ରମ ଥିବା ସୂଚନା ମିଳିଛି। ଦ୍ବିତୀୟ ଦିନର ପ୍ରଚାର ସାରି ଅପରାହ୍ନ ୩.୩୦ରେ ସେ ଭୁବନେଶ୍ୱର ଫେରିବେ। ଏହି ପ୍ରଚାର ଅଭିଯାନରେ ବିଜେଡିର ଅନେକ କର୍ମୀ ଓ ସମର୍ଥକମାନଙ୍କ ଗହଳି ଦେଖିବାକୁ ମିଳିଛି।

Hot this week

‘ନେହେରୁଙ୍କ ପକ୍ଷପାତିତା ପାଇଁ ବନ୍ଦେ ମାତରମ୍ ଜାତୀୟ ସଙ୍ଗୀତ ମାନ୍ୟତାରୁ ବଞ୍ଚିତ’

ନୂଆଦିଲ୍ଲୀ : ଗୁରୁବାର ରାଜ୍ୟସଭାରେ ରାଷ୍ଟ୍ରଗୀତ ବନ୍ଦେ ମାତରମ୍ ଉପରେ ଦ୍ବିତୀୟ...

ଜାନୁଆରୀ ୩୧ ରୁ ଓସିଏସ୍‌ ମୁଖ୍ୟ ଲିଖିତ ପରୀକ୍ଷା

କଟକ : ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ଦ୍ବାରା ପରିଚାଳିତ ଓଡ଼ିଶା...

ସଜାଡ଼ିବାକୁ ଉଦ୍ୟମ : ମୋକିମ୍‌

କଟକ : ବାରବାଟୀ କଟକର ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କ ଚିଠିକୁ...

ଓଡ଼ିଶା ହେବ ଜବରଦଖଲମୁକ୍ତ

ଭୁବନେଶ୍ବର: ଓଡ଼ିଶାକୁ ଜବରଦଖଲମୁକ୍ତ କରିବାକୁ ରାଜସ୍ବ ବିଭାଗ ଅଣ୍ଟା ଭିଡ଼ିଛି। ବିଭାଗସ୍ତରରେ...

୬ ରାଜ୍ୟରେ ଏସ୍‌ଆଇଆର୍‌ ସମୟସୀମା ବୃଦ୍ଧି

ନୂଆଦିଲ୍ଲୀ: ନିର୍ବାଚନ କମିଶନ (ଇସି)ଙ୍କ ତରଫରୁ ଗୁରୁବାର ପାଞ୍ଚ ରାଜ୍ୟ ଓ...

Related Articles

Popular Categories