ଅଯୋଧ୍ୟା ମାମଲା: ସୁପ୍ରିମକୋର୍ଟରେ ହିନ୍ଦୁ ମହାସଭାର ନକ୍ସା ଚିରିଲେ ମୁସଲିମ ପକ୍ଷର ଓକିଲ

ନୂଆଦିଲ୍ଲୀ: ଅଯୋଧ୍ୟା ଜମି ବିବାଦ ମାମଲାର ଶୁଣାଣି ବୁଧବାର ସୁପ୍ରିମକୋର୍ଟରେ ଜାରି ରହିଛି। ତେବେ ଶୁଣାଣି ଆରମ୍ଭରୁ କୋର୍ଟରେ ପ୍ରବଳ ଯୁକ୍ତିତର୍କ ହୋଇଥିଲା। ହିନ୍ଦୁ ମହାସଭା ପକ୍ଷରୁ ଯେତେବେଳେ ଦଲିଲ ପ୍ରଦାନ ଆରମ୍ଭ ହୋଇଥିଲା ସେତେବେଳେ ଯୁକ୍ତିତର୍କ ବଢ଼ିଯାଇଥିଲା। ହିନ୍ଦୁ ମହାସଭାର ଓକିଲଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ଏକ ପୁସ୍ତକ ଦିଆଯିବାରୁ ଏହାକୁ ନେଇ ମୁସଲିମ ପକ୍ଷର ଓକିଲ ରାଜୀବ ଧୱନ ଆପତ୍ତି ଉଠାଇଥିଲେ। ଏହି ସମୟରେ ସେ କୋର୍ଟରେ ଏକ ନକ୍ସାକୁ ଚିରି ଦେଇଥିଲେ।

ହିନ୍ଦୁ ମହାସଭା ଓକିଲ ବିକାଶ ସିଂହ ଯେତେବେଳେ କୋର୍ଟରେ ଏକ ପୁସ୍ତକ ଦେବାକୁ ଉଦ୍ୟମ କରିଥିଲେ, ସେତେବେଳେ ମୁସଲମି ପକ୍ଷଣ ଓକିଲ ରାଜୀବ ଧୱନ ଆପତ୍ତି ଉଠାଇବା ସହିତ ଏପରି ହେଲେ ସେ କୌଣସି ପ୍ରଶ୍ନର ଉତ୍ତର ଦେବେ ନାହିଁ। ଏହା ଉପରେ ପ୍ରଧାନ ବିଚାରପତି କହିଥିଲେ ଯେ, ଠିକ ଅଛି, ଆପଣ ଜବାବ ଦେବେ ନାହିଁ। ସୂଚନାଯୋଗ୍ୟ, ହିନ୍ଦୁ ମହାସଭାର ଓକିଲ ବିକାଶ ସିଂହ ଅତିରିକ୍ତ କାଗଜପତ୍ର ହିସାବରେ ପୂର୍ବତନ ଆଇପିଏସ ଅଧିକାରୀ କିଶୋର କୃଣାଲଙ୍କ ପୁସ୍ତକ ଖଣ୍ଡପୀଠଙ୍କୁ ପ୍ରଦାନ କରିଥିଲେ। ଏହାପରେ ସେ ହାଇକୋର୍ଟଙ୍କ ଆଦେଶ ଅନୁସାରେ ଏକ ନକ୍ସା ଦେଖାଇବାକୁ ଚାହୁଁଛି। ମାତ୍ର ମୁସଲିମ ପକ୍ଷ ଓକିଲ ରାଜୀବ ଏହା ଉପରେ ବି ଆପତ୍ତି ଉଠାଇଥିଲେ। ସେ କହିଥିଲେ ଯେ, ନକ୍ସା ବି ପୁସ୍ତକର ଅଂଶ। ଏହାକୁ ଅନୁମତି ଦିଆଯାଇ ପାରିବ ନାହିଁ। ଏହା କହି ରାଜୀବ ଉକ୍ତ ନକ୍ସାକୁ ଚିରି ଦେଇଥିଲେ। ପରେ ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ବଢ଼ିଯାଇଥିଲା। ଏଭଳି ଦୃଶ୍ୟ ଦେଖି ପ୍ରଧାନ ବିଚାରପତି ବିରକ୍ତି ପ୍ରକାଶ କରିଥିଲେ। ଏପରି ହେଲେ ସେ ଉଠି ଚାଲିଯିବେ ବୋଲି ପ୍ରଧାନ ବିଚାରପତି କହିଥିଲେ।

Comments are closed.