www.samajalive.in
Saturday, December 6, 2025
26.1 C
Bhubaneswar

ବ୍ରହ୍ମପୁର ସହରରେ ବିଜୁଳି ଭିତ୍ତିଭୂମିକୁ ସୁଦୃଢ଼ କରୁଛି ଟିପିଏସ୍ଓଡିଏଲ୍

ବ୍ରହ୍ମପୁର, ଏପ୍ରିଲ: ବ୍ରହ୍ମପୁର ସହରରେ ଅଧିକ ଭରସାଯୋଗ୍ୟ ଓ ଗୁଣାତ୍ମକ ବିଜୁଳି ଯୋଗାଣ ପାଇଁ ଟିପିଏସ୍ଓଡିଏଲ୍ (ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ ) ପକ୍ଷରୁ ଉଦ୍ୟମ ଜାରି ରହିଛି । ସହରର ପ୍ରମୁଖ ସ୍ଥାନଗୁଡ଼ିକରେ କମ୍ପାନୀ ପକ୍ଷରୁ ନୂଆ ଡିଷ୍ଟ୍ରିବ୍ୟୁସନ୍ ଟ୍ରାନ୍ସଫର୍ମର ଲଗାଯାଇଛି । ଯାହା ଫଳରେ ବିଜୁଳି ଯୋଗାଣର ମାନରେ ଉନ୍ନତି ହୋଇଛି ।

ଟିପିଏସ୍ଓଡିଏଲ୍ ପକ୍ଷରୁ ବ୍ରହ୍ମପୁର ସହରର କନିଶି ସେକ୍ସନ ଅନ୍ତର୍ଗତ ହଳଦିଆପଦରସ୍ଥିତ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ କାର୍ଯ୍ୟାଳୟ ସଂଲଗ୍ନ ଅଞ୍ଚଳରେ ୨୫୦ କେଭିଏ କ୍ଷମତା ବିଶିଷ୍ଟ ଟ୍ରାନ୍ସଫର୍ମର, ପୁରୋହିତ ମିଲ୍ ଅଞ୍ଚଳ ଓ ସାଇ ବିହାର ଗ୍ରାମରେ ଗୋଟିଏ ଲେଖାଏଁ ୧୦୦ କେଭିଏ କ୍ଷମତା ବିଶିଷ୍ଟ ଡିଷ୍ଟ୍ରିବ୍ୟୁସନ୍ ଟ୍ରାନ୍ସଫର୍ମର ପ୍ରତିଷ୍ଠା ହୋଇଛି । ଏହି ନୂତନ ବିଦ୍ୟୁତ ଭିତ୍ତିଭୂମି ଶତାଧିକ ଉପଭୋକ୍ତାଙ୍କୁ ଗୁଣାତ୍ମକ ବିଜୁଳି ସେବା ପ୍ରଦାନ କରୁଛି ।

- Advertisement -

ଟିପିଏସ୍ଓଡିଏଲର କର୍ମଚାରୀମାନେ ବିଜୁଳିଜନିତ ସମସ୍ୟାର ତ୍ୱରିତ ସମାଧାନ ସହ ଆବଶ୍ୟକୀୟ ପଦେକ୍ଷପ ନେବା ପାଇଁ ସଜାଗ ରହିଛନ୍ତି । ସେହିଭଳି ଚଳିତ ଗ୍ରୀଷ୍ମରେ କମ୍ପାନୀ ବ୍ରହ୍ମପୁରବାସୀଙ୍କୁ ଭରସାଯୋଗ୍ୟ ବିଜୁଳି ଯୋଗାଣ ନିମନ୍ତେ ପ୍ରତିଶ୍ରୁତିବଦ୍ଧ ଅଟେ ।

Hot this week

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

Related Articles

Popular Categories