ଜୟନାରାୟଣଙ୍କୁ ଅନ୍ତରୀଣ ଜାମିନ

0

କଟକ : ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଜୟ ନାରାୟଣ ମିଶ୍ରଙ୍କୁ ମଙ୍ଗଳବାର ଓଡିଶା ହାଇକୋର୍ଟ ଜଷ୍ଟିସ ଜେ ପି ଦାସଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁଣାଣି କରି ଜୁନ ୨୯ ପର୍ଯ୍ୟନ୍ତ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି। ୫୦ ହଜାର ଟଙ୍କା ଓ ଦୁଇ ଜଣ ଜାମିନଦାରଙ୍କ ଦ୍ୱାରା ସେ ନିମ୍ନ ଅଦାଲତରୁ ଜାମିନରେ ଯାଇ ପାରିବେ ବୋଲି ହାଇକୋର୍ଟ ସ୍ପଷ୍ଟ କରିଛନ୍ତି। ବିଜେପୁର ଉପ ନିର୍ବାଚନ ବେଳେ ହୋଇଥିବା ସୋହେଲା ବ୍ଲକ ବନାବିରା ଗାଁ ରାଜନୈତିକ ହତ୍ୟାକାଣ୍ଡ ମାମଲାରେ ପୁଲିସ ଦ୍ୱାରା ସେ ମାର୍ଚ୍ଚ ୧୫ରେ ଗିରଫ ହୋଇଥିଲେ। ସ୍ୱାସ୍ଥ୍ୟଗତ ସମସ୍ୟା କାରଣରୁ ସେ ପ୍ରଥମେ ବୁର୍ଲା ପରେ ଏସସିବି ଓ ଏବେ ଦିଲ୍ଲୀ ଏମସରେ ଚିକିତ୍ସାଧୀନ ଅଛନ୍ତି। ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ଆବେଦନକାରୀ ହାଇକୋର୍ଟରେ ଅନ୍ତରୀଣ ଜାମିନ ଆବେଦନ କରିଥିଲେ। ତେବେ ସରକାର ଆବେଦନକାରୀଙ୍କ ସ୍ୱାସ୍ଥ୍ୟଗତ ସଂପର୍କରେ ମେଡ଼ିକାଲ ତଥ୍ୟ ରଖିବା ପରେ ଆସନ୍ତା ଜୁନ ୨୯ରେ ମୂଳ ମାମଲା ଉପରେ ଶୁଣାଣି ପାଇଁ କୋର୍ଟ ଧାର୍ଯ୍ୟ କରିଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ପିତାମ୍ବର ଆଚାର୍ଯ୍ୟ, ସରକାରଙ୍କ ପକ୍ଷରୁ ଆଇନଜୀବୀ କରୁଣାକର ନାୟକ ମାମଲା ପରିଚାଳନା କରୁଥିଲେ।

Leave A Reply