ଆକାଶବାଣୀ କଟକର ବିଶେଷ କାର୍ଯ୍ୟକ୍ରମ ‘ସିଧାକଥା’

0

କଟକ: ଆକାଶବାଣୀ କଟକ କେନ୍ଦ୍ର ପକ୍ଷରୁ ଗତ ଅପ୍ରେଲ ମାସରୁ ଏକ ବିଶେଷ କାର୍ଯ୍ୟକ୍ରମ ‘ସିଧା କଥା’ ପ୍ରସାରଣ କରାଯାଉଛି। ପ୍ରତି ବୁଧବାର ରାତି ୮ ଟାରୁ ୮.୧୫ ପର୍ଯ୍ୟନ୍ତ ୧୫ ମିନିଟ ପାଇଁ ଏହି କାର୍ଯ୍ୟକ୍ରମ ପ୍ରସାରଣ କରାଯାଉଛି। ‘ସିଧାକଥା’ର ଦ୍ୱିତୀୟ ସଂସ୍କରଣରେ ଏଥର ସ୍ଥାନ ପାଇଛନ୍ତି ଓଡ଼ିଶାର ବରେଣ୍ୟ କବି ଡଃ ପ୍ରତିଭା ଶତପଥି। ତାଙ୍କୁ ସାକ୍ଷାତ କରିଛନ୍ତି ଆକାଶବାଣୀ କଟକ କେନ୍ଦ୍ର କାର୍ଯ୍ୟକ୍ରମ ମୁଖ୍ୟ ତରୁଣ କାନ୍ତି ରାଉତ। ଆଜି ୧୬ତାରିଖ ବୁଧବାର ଏହାର ତୃତୀୟ ଅଧ୍ୟାୟ ପ୍ରସାରଣ କରାଯିବ। ଗତ ୨ ଓ ୯ ତାରିଖରେ ୨ଟି ଅଧ୍ୟାୟ ପ୍ରସାରିତ ହୋଇଥିବା ବେଳେ ୨୩ ଓ ୩୦ ତାରିଖରେ ଅନ୍ୟ ଦୁଇଟି ଅଧ୍ୟାୟ ପ୍ରସାରିତ ହେବ।

Leave A Reply