ଯବାନ ସହିଦ, ପୁଲିସ କର୍ମୀଙ୍କୁ ହତ୍ୟା

0

ଶ୍ରୀନଗର : ଜାମ୍ମୁ କାଶ୍ମୀରର ସାମ୍ବା ଜିଲାରେ ପାକିସ୍ତାନୀ ସୈନ୍ୟଙ୍କ ଗୁଳିରେ ଜଣେ ବିଏସଏଫ୍‍ ଯବାନ ସହିଦ ହୋଇଥିବାବେଳେ ଅନନ୍ତନାଗ ଜିଲାରେ ଆତଙ୍କବାଦୀଙ୍କ ଆକ୍ରମଣରେ ଜଣେ ପୁଲିସ କର୍ମୀ ନିହତ ହୋଇଛନ୍ତି। ସୋମବାର ରାତି ୧୧.୩୦ ମିନିଟ ସମୟରେ ସାମ୍ବା ଜିଲା ସନ୍ନିକଟ ଆନ୍ତର୍ଜାତିକ ସୀମାରେ ପାକିସ୍ତାନ ପକ୍ଷରୁ ଭାରତୀୟ ଘାଟି ଉପରକୁ ଆଖିବୁଜା ଗୁଳିଚାଳନା କରାଯାଇଥିଲା। ଭାରତୀୟ ଯବାନଙ୍କ ପକ୍ଷରୁ ଏହାର ପାଲଟା ଜବାବ ଦିଆଯାଇଥିଲା। ଉଭୟପକ୍ଷ ମଧ୍ୟରେ ଗୁଳି ବିନିମୟରେ ବିଏସଏଫ୍‍ ଯବାନ ଦେବେନ୍ଦ୍ର ସିଂହଙ୍କ ଛାତିରେ ଗୁଳି ବାଜିଥିଲା। ତୁରନ୍ତ ହାସପାତାଳ ନିଆଯାଇଥିଲେ ସୁଦ୍ଧା ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଅପରପକ୍ଷରେ ମଙ୍ଗଳବାର ଅପରାହ୍ନରେ ଅନନ୍ତନାଗ ଜିଲାରେ କେତେକ ଆତଙ୍କବାଦୀ ଏକ ପାଟ୍ରୋଲିଂ ଦଳ ଉପରେ ଅତର୍କିତ ଆକ୍ରମଣ କରିବା ଫଳରେ ଏସ୍‍ପିଓ ବିଲାଲ ଅହମ୍ମଦ ପ୍ରାଣ ହରାଇଛନ୍ତି ଓ ଅନ୍ୟ ଜଣେ ପୁଲିସ କର୍ମୀ ଗୁରୁତର ଆହତ ହୋଇଥିବା ଜଣାପଡିଛି। ପୁଲିସ ଓ ନିରାପତ୍ତାକର୍ମୀ ଉକ୍ତ ଅଞ୍ଚଳକୁ ଘେରାଉ କରି ତଲାସି ଅଭିଯାନ ଜାରି ରଖିଥିଲେ ସୁଦ୍ଧା ଆତଙ୍କବାଦୀଙ୍କ ପତ୍ତା ମିଳୁନଥିବା ପ୍ରକାଶ।

Leave A Reply