ଗୋଟିଏରେ ହାରିଲେ ସିଦ୍ଧରମୈୟା, ଦୁଇ ଆସନରୁ ଜିତିଲେ କୁମାରସ୍ୱାମୀ

0

ବେଙ୍ଗାଲୁରୁ : କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ କଂଗ୍ରେସ ନେତା ତଥା ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କୁ ମିଶ୍ରତ ଫଳ ମିଳିଛି। ନିର୍ବାଚନରେ ସିଦ୍ଧରମୈୟା ଦୁଇଟି ଆସନ ପ୍ରତିଦ୍ୱନ୍ଦ୍ୱିତା କରିଥିବାବେଳେ ଗୋଟିଏ ଆସନରେ ବିଜୟୀ ହୋଇଥିବାବେଳେ ଗୋଟିକରେ ପରାସ୍ତ ହୋଇଛନ୍ତି। ସେ ବାଦାମୀ ଆସନରେ ଜିତିଥିବାବେଳେ ଚମୁଣ୍ଡେଶ୍ୱରୀ ଆସନରେ ପରାସ୍ତ ହୋଇଛନ୍ତି। ବାଦାମୀ ଆସନରେ ସିଦ୍ଧରମୈୟା ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେପିର ବି ସିରାମୁଲୁଙ୍କ ୪୦୦୦ରୁ ଅଧିକ ଭୋଟରେ ପରାସ୍ତ କରିଛନ୍ତି। ତେବେ ଚମୁଣ୍ଡେଶ୍ୱରୀ ଆସନରେ ସେ ଜେଡିଏସ୍‍ ପ୍ରାର୍ଥୀ ଜିଟି ଦେବେଗୌଡାଙ୍କ ଠାରୁ ହାରି ଯାଇଛନ୍ତି। ଚମୁଣ୍ଡେଶ୍ୱରୀ ଆସନରେ ସିଦ୍ଧରମୈୟା ୫ଥର ବିଜୟୀ ହୋଇଥିଲେ। ଅପରପକ୍ଷରେ ଜେଡିଏସ୍‍ ନେତା କୁମାରସ୍ୱାମୀ ଦୁଇଟିଯାକ ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରି ବିଜୟୀ ହୋଇଛନ୍ତି। କୁମାରସ୍ୱାମୀ ରାମନଗରମ୍‍ ଓ ଚନ୍ନାପାଟନା ଆସନରୁ ବିଜୟୀ ହୋଇଛନ୍ତି। କଂଗ୍ରେସର ସମର୍ଥନ ପରେ କୁମାରସ୍ୱାମୀ ଏବେ ରାଜ୍ୟର ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି। ପ୍ରମୁଖ ପରାଜିତ ପ୍ରାର୍ଥୀଙ୍କ ମଧ୍ୟରେ ନନ୍ଦିନୀ ଗୌଡା (ବିଜେପି), ଟି ବି ଜୟଚନ୍ଦ୍ର (କଂଗ୍ରେସ), ଇକବାଲ ହୁସେନ (କଂଗ୍ରେସ), ଏଚଟି ବାଲେଗେରା (ଜେଡିଏସ୍‍), କେ ବି ପ୍ରସନ୍ନକୁମାର (କଂଗ୍ରେସ), ଗୋନି ମାଲାତେସା (କଂଗ୍ରେସ), ବି ସିରାମୁଲୁ (ବିଜେପି), ଅନିଲ ଏଚ ଲାଡ (କଂଗ୍ରେସ), ମଧୁ ବାଙ୍ଗରାପ୍ପା (ଜେଡିଏସ୍‍), ସମ୍ପଥ ରାଜ (କଂଗ୍ରେସ) ଆଦି ନେତା ରହିଛନ୍ତି।

Leave A Reply