ସତ ହେଲା ଏକ୍‍ଜିଟ୍‍ ପୋଲ୍‍ ପୂର୍ବାନୁମାନ

0

ନୂଆଦିଲ୍ଲୀ: କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ବିଭିନ୍ନ ସଂସ୍ଥା ପକ୍ଷରୁ କରାଯାଇଥିବା ପ୍ରାୟ ୯୦% ପୂର୍ବାନୁମାନ ସତ ସାବ୍ୟସ୍ତ ହୋଇଛି। ଏକ୍ସିସ୍‍କୁ ଛାଡ଼ି ଦେଲେ ପ୍ରାୟ ସବୁ ସଂସ୍ଥା ବିଜେପି ଏକକ ସଂଖ୍ୟାଗରିଷ୍ଠ ଦଳ ଭାବେ ଉଭା ହେବ ଓ କର୍ଣ୍ଣାଟକରେ ଝୁଲା ବିଧାନସଭା ହେବ ବୋଲି ପୂର୍ବାନୁମାନ କରିଥିଲେ। ନିର୍ବାଚନ ଫଳାଫଳ ଘୋଷଣା ପରେ ଏହି ପୂର୍ବାନୁମାନ ସତ ହୋଇଥିବା ଦେଖାଯାଇଛି। ସବୁ ସଂସ୍ଥାର ହାରାହାରି ହିସାବରେ ବିଜେପି ୧୦୩, କଂଗ୍ରେସ ୮୬, ଜେଡିଏସ୍‍ ୩୧ ଓ ଅନ୍ୟାନ୍ୟ ୨ଟି ଆସନ ପାଇବେ ବୋଲି ପୂର୍ବାନୁମାନ କରାଯାଇଥିଲା।
ସିଏନ୍‍ଏକ୍ସ:
ସିଏନ୍‍ଏକ୍ସର ପୂର୍ବାନୁମାନ ଅନୁଯାୟୀ ବିଜେପି ୧୦୬, କଂଗ୍ରେସ ୭୫,ଜେଡିଏସ୍‍ ୩୭ ଓ ଅନ୍ୟାନ୍ୟ ୪ଟି ଆସନରେ ବିଜୟ ଲାଭ କରିବେ ବୋଲି ପୂର୍ବାନୁମାନ କରିଥିଲେ। ବିଭିନ୍ନ ଦଳ ଏହାର ପାଖାପାଖି ସଂଖ୍ୟା ହାସଲ କରିଛନ୍ତି।
ଏକ୍ସିସ୍‍:
ଏହି ଗୋଟିଏ ମାତ୍ର ସଂସ୍ଥା କଂଗ୍ରେସକୁ ଏକକ ସଂଖ୍ୟାଗରିଷ୍ଠ ଦଳ ଭାବେ ପୂର୍ବାନୁମାନ କରିଥିଲା ଯାହା ଭୁଲ୍‍ ସାବ୍ୟସ୍ତ ହୋଇଛି। କଂଗ୍ରେସ ୧୧୧, ବିଜେପି ୮୫, ଜେଡିଏସ୍‍ ୩୭ଟି ଆସନରେ ବିଜୟ ଲାଭ କରିବ ବୋଲି ପୂର୍ବାନୁମାନ କରାଯାଇଥିଲା।
ସି ଭୋଟର:
ସିଭୋଟରର ପୂର୍ବାନୁମାନ ଆଧାରରେ ବିଜେପିକୁ ୧୦୩, କଂଗ୍ରେସକୁ ୯୩, ଜେଡିଏସ୍‍କୁ ୨୫ ଓ ଅନ୍ୟାନ୍ୟ ଦଳକୁ ଗୋଟିଏ ଭୋଟରେ ସନ୍ତୁଷ୍ଟ ରହିବାକୁ ପଡ଼ିଥାନ୍ତା। କେବଳ ବିଜେପି ପୂର୍ବାନୁମାନ ଅଙ୍କର ପାଖାପାଖି ଥିବା ବେଳେ ଅନ୍ୟ ଦଳ ପୂର୍ବାନୁମାନଠାରୁ ଦୂରରେ ରହିଛନ୍ତି।
ଜନ କି ବାତ:
ଏହି ସଂସ୍ଥା ବିଜେପି ୧୦୫, କଂଗ୍ରେସ ୭୮, ଜେଡିଏସ୍‍ ୩୭ ଓ ଅନ୍ୟାନ୍ୟ ଦଳ ୨ଟି ଆସନ ପାଇବେ ବୋଲି ପୂର୍ବାନୁମାନ କରିଥିଲା,ଯାହା ପାଖାପାଖି ସତ ସାବ୍ୟସ୍ତ ହୋଇଛି।
ସିଏନ୍‍ଏକ୍ସ:
ବିଜେପି ୧୦୬, କଂଗ୍ରେସ ୭୫, ଜେଡିଏସ୍‍ ୩୮ ଓ ଅନ୍ୟାନ୍ୟ ଦଳ ୪ଟି ଆସନ ପାଇବ ବୋଲି ସିଏନ୍‍ଏକ୍ସର ପୂର୍ବାନୁମାନ ସବୁ ଦଳ ସପକ୍ଷରେ ପ୍ରାୟତଃ ଯାଇଛି।
ନ୍ୟୁଜ୍‍ ନେସନ୍‍:
ଏହି ସଂସ୍ଥାର ପୂର୍ବାନୁମାନ ଅନୁଯାୟୀ ବିଜେପି ୧୦୭, କଂଗ୍ରେସ ୭୩, ଜେଡିଏସ୍‍ ୩୮ ଓ ଅନ୍ୟାନ୍ୟ ଦଳ ୪ଟି ଆସନଠାରୁ ଅଳ୍ପ କିଛି ବ୍ୟବଧାନରେ ଜିତିଛନ୍ତି।
ଟାଇମ୍ସନାଓ-ଚାଣକ୍ୟ:
ସର୍ବାଧିକ ନିର୍ଭରଯୋଗ୍ୟ ପୂର୍ବାନୁମାନ ସଂସ୍ଥା ଭାବେ ଅତୀତରେ ପ୍ରମାଣିତ ହୋଇଥିବା ଏହି ସଂସ୍ଥାର ପୂର୍ବାନୁମାନ ଏଥର ବିଫଳ ହୋଇଛି। ଉକ୍ତ ସଂସ୍ଥା ବିଜେପି ୧୨୦ଟି ଆସନ ପାଇବ ବୋଲି ପୂର୍ବାନୁମାନ କରିଥିବା ବେଳେ ଦଳ ୧୦୫ ପାଖାପାଖି ରହିଯିବା ପରି ଜଣାପଡ଼ୁଛି। ସେହିପରି କଂଗ୍ରେସ ୭୩ଟି ଆସନ ପାଇବ ବୋଲି ପୂର୍ବାନୁମାନ କରାଯାଇଥିବା ବେଳେ ୭୭ଟି ଆସନ ପାଇବାକୁ ଯାଉଛି। ସଂସ୍ଥାର ପୂର୍ବାନୁମାନ ଅନୁଯାୟୀ ଜେଡିଏସ୍‍ ୨୬ ଆସନ ପାଇବାକୁ ଥିବା ବେଳେ ୩୮ ପାଖାପାଖି ଆସନ ପାଇଛି। ଅନ୍ୟାନ୍ୟ ଦଳ ଦୁଇଟି ଆସନ ପାଇବେ ବୋଲି ସଂସ୍ଥା କରିଥିବା ଅନୁମାନ କିନ୍ତୁ ସତ ସାବ୍ୟସ୍ତ ହୋଇଛି।

Leave A Reply