www.samajalive.in
Sunday, December 14, 2025
19.1 C
Bhubaneswar

ମାମଲାପୁରମରେ ମୋଦୀ-ଜିନପିଙ୍ଗ୍ ; ବୁଲି ଦେଖୁଛନ୍ତି ଐତିହ୍ୟସ୍ଥଳ

ଚେନ୍ନଇ :  ଚୀନ୍‍ ରାଷ୍ଟ୍ରପତି ସି.ଜିନପିଙ୍ଗ୍ ଶୁକ୍ରବାର ଅପରାହ୍ଣରେ ମାମଲାପୁରମରେ ପହଞ୍ଚିଛନ୍ତି । ସେଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ସ୍ବାଗତ କରିଥିଲେ।

ଉଭୟେ ନେତା ଆଜି ୟୁନେସ୍କୋର ଐତିହ୍ୟ ତାଲିକାରେ ସ୍ଥାନ ପାଇଥିବା ଅର୍ଜୁନ ତପସ୍ୟା, ବଟରବଲ, ପଞ୍ଚରଥ ଓ ସୋର୍‍ ଟେମ୍ପୁଲ  ପରିଦର୍ଶନ କରୁଛନ୍ତି। ଶ୍ରୀ ମୋଦି ବ୍ୟକ୍ତିଗତ ଭାବେ ଏହି ସ୍ଥଳୀଗୁଡ଼ିକୁ ତାଙ୍କୁ ବୁଲି ଦେଖାଉଛନ୍ତି। ଉଭୟ ନେତାଙ୍କ ପ୍ରଥମ ଦିନର କାର୍ଯ୍ୟକ୍ରମ ମାଲାପୁରମ ପରିଦର୍ଶନ, ଚେନ୍ନାଇର କଳାକ୍ଷେତ୍ର ସଂସଦ ପକ୍ଷରୁ ଶାସ୍ତ୍ରୀୟ ନୃତ୍ୟ ପରିବେଷଣ ସହ ଶେଷ ହେବ।ପରେ ଶ୍ରୀ ମୋଦି ଚୀନ୍‍ ରାଷ୍ଟ୍ରପତିଙ୍କ ପାଇଁ ସୋର୍‍ ମନ୍ଦିର ନିକଟରେ ରାତ୍ରିଭୋଜି ସଭାର ଆୟୋଜନ କରିବେ।

- Advertisement -

ଶୁକ୍ରବାର ଅପରାହ୍ନ ପ୍ରାୟ ୧ଟା ୪୦ରେ ସି.ଜିନପିଙ୍ଗ୍ ଚେନ୍ନାଇ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଥିଲେ। ସେଠାରେ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା। ଏଥିପାଇଁ ବିଶେଷ ଭାବେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ସ୍ବାଗତ ପରେ ଜିନପିଙ୍ଗ ମାମଲାପୁରମ ଅଭିମୁଖେ ବାହାରିଥିଲେ

ଦୁଇ ନେତାଙ୍କ ମଧ୍ୟରେ ଦ୍ୱିତୀୟ ଅଣଆନୁଷ୍ଠାନିକ ବୈଠକ ଶନିବାର ମାମଲାପୁରମ୍‍ ସହରରେ ଅନୁଷ୍ଠିତ ହେବ। ଦୁଇନେତାଙ୍କ ମଧ୍ୟରେ ପ୍ରଥମେ ବ୍ୟକ୍ତିଗତ ସ୍ତରୀୟ ବୈଠକ ପରେ ପ୍ରତିନିଧିସ୍ତରୀୟ ଆଲୋଚନା ହେବ।

Hot this week

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

Related Articles

Popular Categories