www.samajalive.in
Sunday, December 14, 2025
23.1 C
Bhubaneswar

ଏଲଆଇସି’ରେ ପଇସା ସୁରକ୍ଷିତ – ଜାରି ରହିବ ବିଏସଏନଏଲ ସେବା

ନୂଆଦିଲ୍ଲୀ/ଭୁବନେଶ୍ୱର: ଗତ କିଛି ଦିନ ହେବ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ସର୍ବ ବୃହତ ଜୀବନ ବୀମା କମ୍ପାନୀ ଏଲଆଇସି ଏବଂ ବୃହତ ଟେଲିକମ କମ୍ପାନୀ ବିଏସଏନଏଲ ବିରୁଦ୍ଧରେ ଚାଲିଥିବା ଅପପ୍ରଚାରର ଅନ୍ତଃ ଘଟିଛି। ଏଲଆଇସି ପକ୍ଷରୁ ଜାରି ଏକ ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି ଯେ ଉପଭୋକ୍ତାମାନଙ୍କ ଜମା ଅର୍ଥ ସୁରକ୍ଷିତ ଏବଂ ନିରାପଦ ଅଛି। ସାମାଜିକ ଗଣମାଧ୍ୟମରେ ଗୁଜବ ପ୍ରଚାର ହୋଇଥିଲା ଯେ ଏଲଆଇସି ଏବେ ବହୁତ କ୍ଷତିରେ ଚାଲିଛି। ତେବେ କମ୍ପାନୀକୁ ବଦନାମ କରିବାକୁ କିଛି ନ୍ୟସ୍ତସ୍ୱାର୍ଥ ସଂଗଠନ ଏପରି କରିଥିବା ଏଲଆଇସି କହିଛି। ୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ଏଲଆଇସି ୫୦ ହଜାର କୋଟି ଟଙ୍କା ବୋନସ ଦେଇଥିବା ଜଣାପଡିଛି।

ଅନ୍ୟପକ୍ଷରେ ବିଏସଏନଏଲ ବନ୍ଦ ହେବା ନେଇ ସାମାଜିକ ଗଣମାଧ୍ୟମରେ ଗୁଜବ ପ୍ରସାରିତ ହେବାପରେ ବିଏସଏନଏଲର ଓଡ଼ିଶା ଶାଖା ମୁଖ୍ୟ ମହାପ୍ରବନ୍ଧକ ଡକ୍ଟର ଉଦୟ ଶଙ୍କର ପଣ୍ଡା ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ଏହାକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି, ଅନ୍ୟ ପ୍ରତିଦ୍ୱନ୍ଦ୍ୱିମାନେ ଷଡଯନ୍ତ୍ର କରିବା ସହ ବିଏସଏନଏଲ ବିରୁଦ୍ଧରେ ଅପପ୍ରଚାର କରୁଛନ୍ତି। ଏହା ସମ୍ପୂର୍ଣ୍ଣ ମିଥ୍ୟା ଓ ଭିତ୍ତିହୀନ ବୋଲି ସେ କହିଛନ୍ତି। ବିଏସଏନଏଲ ତାର ଗ୍ରାହକମାନଙ୍କ ସହ ସବୁବେଳେ ରହିଛି ଓ ସୁଲଭ ମୂଲ୍ୟରେ ସେବା ଯୋଗାଇ ଦେବା ପାଇଁ ପ୍ରତିଶୃତିବଦ୍ଧ ବୋଲି ସେ କହିଛନ୍ତି।

Hot this week

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

Related Articles

Popular Categories