ସଡ଼କ ଦୁର୍ଘଟଣାରେ ମୃତ୍ୟୁ ମାମଲାରେ ସିଦ୍ଧୁ ଦୋଷୀ, ମାତ୍ର ୧ ହଜାର ଟଙ୍କା ଜୋରିମାନା
ନୂଆଦିଲ୍ଲୀ: ୧୯୮୮ରେ ଏକ ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁ ମାମଲାରେ ପୂର୍ବତନ କ୍ରିକେଟ୍ ତାରକା ତଥା ସାଂସଦ ନବଜୋତ ସିଂହ ସିଦ୍ଧୁଙ୍କୁ ସୁପ୍ରିମକୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି। କିନ୍ତୁ ତାଙ୍କୁ କୌଣସି ଜେଲ୍ ଦଣ୍ଡାଦେଶ ହୋଇନାହିଁ। ମାତ୍ର ୧ ହଜାର ଟଙ୍କା ଜୋରିମାନାରେ ସେ ମୁକୁଳିପାରିବେ ବୋଲି ବିଚାରପତି ଜେ ଚେଲେମେଶ୍ୱର ଓ ସଞ୍ଜୟ କିଶାନ୍ କୌଲ୍ଙ୍କୁ ନେଇ ଗଠିତ ଦୁଇ ଜଣିଆ ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ ଆଦେଶ ଦେଇଛନ୍ତି। ୧୯୮୮ରେ ସିଦ୍ଧୁ ଗାଡ଼ି ଚଲେଇ ଯାଉଥିବା ବେଳେ ତାଙ୍କ ଗାଡ଼ି ଧକ୍କାରେ ଜନୈକ ୬୫ ବର୍ଷର ଯୁବକଙ୍କ ମୃତ୍ୟୁ ଘଟିଥିଲା। ଏହି ମାମଲାରେ ପଞ୍ଜାବ ହାଇକୋର୍ଟ ସିଦ୍ଧୁଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହିତ ତିନିବର୍ଷ ଜେଲ୍ ଦଣ୍ଡାଦେଶ ଦେଇଥିଲେ। ହାଇକୋର୍ଟଙ୍କ ରାୟ ବିରୋଧରେ ସିଦ୍ଧୁ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲେ। ଖଣ୍ଡପୀଠ ମାମଲାର ଶୁଣାଣି କରି ଗତ ଏପ୍ରିଲ୍ ୧୮ ତାରିଖରେ ରାୟ ସଂରକ୍ଷିତ ରଖିଥିଲେ। ସିଦ୍ଧୁ ଉଦ୍ଦେଶ୍ୟମୂଳକ ଭାବେ ଦୁର୍ଘଟଣା ଘଟାଇ ନାହାନ୍ତି ବୋଲି ଖଣ୍ଡପୀଠ କହିଛନ୍ତି।