www.samajalive.in
Monday, December 15, 2025
27.1 C
Bhubaneswar

ଦୋଛକିରେ ପାକିସ୍ତାନ – ଚୀନ ଛାଡିଲା ହାତ

ନୂଆଦିଲ୍ଲୀ: ଚୀନ ରାଷ୍ଟ୍ରପତିଙ୍କ ଏହି ଗସ୍ତ ପୂର୍ବରୁ ଭାରତରେ ଚୀନ ରାଷ୍ଟ୍ରଦୂତ ଶୂନ୍‍ ୱେଇଡଙ୍ଗ୍‍ କହିଛନ୍ତି, ଦୁଇଦେଶ କଥାବାର୍ତ୍ତା ଓ ବିଚାରବିମର୍ଶ ମାଧ୍ୟମରେ ସୀମା ସମସ୍ୟାର ସମାଧାନ କରିବା ଉଚିତ ଚୀନ ରାଷ୍ଟ୍ରପତି ସି. ଜିନ୍‍ପିଙ୍ଗ୍‍ ଆସନ୍ତା ୧୧ତାରିଖରୁ ଭାରତକୁ ଦୁଇଦିନ ଗସ୍ତରେ ଆସୁଛନ୍ତି। ଏହି ସମୟରେ ଦୁଇଦେଶ ମଧ୍ୟରେ ଚେନ୍ନାଇରେ ଦ୍ୱିତୀୟ ଅଣଆନୁଷ୍ଠାନିକ ଶିଖର ବୈଠକ ଅନୁଷ୍ଠିତ ହେବ। ତାଙ୍କ ସହ ଚୀନ ବୈଦେଶିକ ମନ୍ତ୍ରୀ ୱାଙ୍ଗ୍‍ ୟି ମଧ୍ୟ ଆସୁଛନ୍ତି।

ଗତବର୍ଷ ଏପ୍ରିଲ ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଚୀନ ରାଷ୍ଟ୍ରପତି ସି. ଜିନପିଙ୍ଗ୍‍ଙ୍କ ମଧ୍ୟରେ ଚୀନର ୱୁହାନ୍‍ରେ ପ୍ରଥମ ଅଣଆନୁଷ୍ଠାନିକ ଶିଖର ବୈଠକ ଅନୁଷ୍ଠିତ ହୋଇଥିଲା। ଉଚ୍ଚସ୍ତରରେ ଯୋଗାଯୋଗ ବୃଦ୍ଧି, ଗୁରୁତ୍ୱପୂର୍ଣ୍ଣ ବିଷୟଗୁଡିକ ଉପରେ ମତର ଆଦାନପ୍ରଦାନ ଓ ଦ୍ୱିପକ୍ଷୀୟ ସମ୍ପର୍କ ବୃଦ୍ଧି ପାଇଁ ଉପାୟମାନ ଖୋଜି ବାହାର କରିବା ଏହି ଶିଖର ବୈଠକର ମୂଳଲକ୍ଷ୍ୟ। ସରକାରୀ ସୂତ୍ରରୁ ମିଳିଥିବା ଖବର ଅନୁସାରେ ଦୁଇଦେଶ ଆସନ୍ତା ଡିସେମ୍ବର ମାସରେ ଏକ  ମିଳିତ ସନ୍ତ୍ରାସବାଦ ବିରୋଧୀ ସମରାଭ୍ୟାସର ଆୟୋଜନ କରିପାରନ୍ତି। ଜିନପିଙ୍ଗ୍‍ଙ୍କ ଭାରତଗସ୍ତ ପୂର୍ବରୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ଚୀନ ଗସ୍ତକୁ ନେଇ ଭାରତ ଆଦୌ ବିବ୍ରତ ନୁହେଁ ବୋଲି ସରକାରୀ ସ୍ତରରେ କୁହାଯାଇଛି। ଚୀନ ରାଷ୍ଟ୍ରପତିଙ୍କ ଏହି ଗସ୍ତ ପୂର୍ବରୁ ଭାରତରେ ଚୀନ ରାଷ୍ଟ୍ରଦୂତ ଶୂନ୍‍ ୱେଇଡଙ୍ଗ୍‍ କହିଛନ୍ତି, ଦୁଇଦେଶ କଥାବାର୍ତ୍ତା ଓ ବିଚାରବିମର୍ଶ ମାଧ୍ୟମରେ ସୀମା ସମସ୍ୟାର ସମାଧାନ କରିବା ଉଚିତ।

- Advertisement -

ଏକ ସମ୍ବାଦ ସରବରାହ ସଂସ୍ଥାକୁ ଦେଇଥିବା ସାକ୍ଷାତକାରରେ ଚୀନ ରାଷ୍ଟ୍ରଦୂତ ସୀମା ବିବାଦକୁ ଏକ ଜଟିଳ ତଥା ସମ୍ବେଦନଶୀଳ ପ୍ରସଙ୍ଗ ଭାବେ ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି, ଏହି ପ୍ରସଙ୍ଗ ଭାରତ-ଚୀନ ସମ୍ପର୍କର କେବଳ ଏକ ଅଂଶମାତ୍ର ଓ ଦୁଇଦେଶକୁ ଦ୍ୱିପକ୍ଷୀୟ ସମ୍ପର୍କ କ୍ଷେତ୍ରର ବୃହତର ଦିଗଗୁଡିକ ପ୍ରତି ଦୃଷ୍ଟି ଦେବାକୁ ହେବ। ଇତିମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦୀ ଓ ଚୀନ ରାଷ୍ଟ୍ରପତିଙ୍କ ମଧ୍ୟରେ ଶିଖର ବୈଠକ ପାଇଁ ମାମଲାପୁରମ୍‍ଠାରେ ପ୍ରସ୍ତୁତି ଖୁବ୍‍ ଜୋରସୋରରେ ଆଗେଇ ଚାଲିଛି।

Hot this week

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

Related Articles

Popular Categories