ପ୍ରଧାନମନ୍ତ୍ରୀଙ୍କ ନାମରେ ରାଷ୍ଟ୍ରପତିଙ୍କ ପାଖରେ ପ୍ରାକ୍ତନ ପ୍ରଧାନମନ୍ତ୍ରୀଙ୍କ ଫେରାଦ

0

ନୂଆଦିଲ୍ଲୀ: ପ୍ରାକ୍ତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ସୋମବାର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଚିଠି ଲେଖିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଂଗ୍ରେସ ଓ ଅନ୍ୟାନ୍ୟ ଦଳର ନେତାଙ୍କ ବିରୋଧରେ ଧମକପୂର୍ଣ୍ଣ ଭାଷାର ପ୍ରୟୋଗ କରୁଛନ୍ତି ବୋଲି ମନମୋହନ ସିଂହ ଚିଠିରେ ଉଲ୍ଲେଖ କରି ରାଷ୍ଟ୍ରପତିଙ୍କୁ ଫେରାଦ କରିଛନ୍ତି। ମୁଖ୍ୟତଃ କର୍ଣ୍ଣାଟକ ନିର୍ବାଚନ ପ୍ରଚାର ଅଭିଯାନରେ ପ୍ରଧାନମନ୍ତ୍ରୀ ଏଭଳି ଭାଷାର ପ୍ରୟୋଗ କରିଛନ୍ତି ବୋଲି ମନମୋହନ ସିଂହ ଚିଠିରେ ଉଲ୍ଲେଖ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କୁ ଏଭଳି ଭାଷା ପ୍ରୟୋଗ ନକରିବାକୁ ସାବଧାନ କରିବାକୁ ପ୍ରାକ୍ତନ ପ୍ରଧାନମନ୍ତ୍ରୀ ରାଷ୍ଟ୍ରପତିଙ୍କୁ ଗୁହାରି କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଏଭଳି ଭାଷା ପଦର ଗରିମାକୁ ନଷ୍ଟ କରୁଛି ବୋଲି ସେ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି। ବିଗତ ସପ୍ତାହରେ ମଧ୍ୟ ମନମୋହନ ସିଂହ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ବାରମ୍ବାର ବିଦେଶଗସ୍ତ ଓ ନୋଟବନ୍ଦୀର ସମାଲୋଚନା କରିଥିଲେ।

Leave A Reply