www.samajalive.in
Tuesday, December 9, 2025
15.1 C
Bhubaneswar

ବନ୍ୟାଞ୍ଚଳ ପରିଦର୍ଶନ ବେଳେ ଓଲଟିଲା ଡଙ୍ଗା; ବୁଡିଗଲେ ବିଜେପି ସାଂସଦ ରାମକ୍ରିପାଲ ଯାଦବ

ପାଟନା: ବିହାରରେ ବନ୍ୟା ଯୋଗୁ ଜନଜୀବନ ସମ୍ପୂର୍ଣ୍ଣ ଅସ୍ତବ୍ୟସ୍ତ ହୋଇପଡ଼ିଛି। ବିଜେପି ସାଂସଦ ରାମକ୍ରିପାଲ ଯାଦବ ବୁଧବାର ବନ୍ୟାଞ୍ଚଳ ପରିଦର୍ଶନ କରିବା ଲାଗି ଯାଇଥିଲେ। ତେବେ ଏହି ସମୟରେ ଏକ ଅଘଟଣ ଘଟିଛି। ସାଂସଦ ରାମକ୍ରିପାଲ ଯେଉଁ ଡଙ୍ଗାରେ ବନ୍ୟାଞ୍ଚଳ ପରିଦର୍ଶନ କରୁଥିଲେ ସେହି ଡଙ୍ଗାଟି ହଠାତ ଓଲଟି ପଡ଼ିଥିଲା। ଫଳରେ ରାମକ୍ରିପାଲ ବନ୍ୟାପାଣିରେ ବୁଡ଼ି ଯାଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରିଥିଲେ। ଘଟଣାରେ ସାଂସଦ ସାମାନ୍ୟ ଆହତ ହୋଇଛନ୍ତି। ସେ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଘଟଣା ସମ୍ପର୍କରେ ସୂଚନା ଦେଇଥିଲେ। ପାଟଳିପୁତ୍ର ସଂସଦୀୟ କ୍ଷେତ୍ର ପରିଦର୍ଶନ ସମମୟରେ ଏହି ଦୁର୍ଘଟଣା ଘଟିଥିଲା। ବନ୍ୟା ଯୋଗୁ ଅନେକ ଅଞ୍ଚଳର ସ୍ଥିତି ଗମ୍ଭୀର ରହିଛି। ଲୋକମାନେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଲୋକଙ୍କୁ ଭେଟି ସେମାନଙ୍କ ସମସ୍ୟା ଦୂର ପାଇଁ ବ୍ୟବସ୍ଥା କରୁଛି ବୋଲି ରାମକ୍ରିପାଲ କହିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories