ମଧ୍ୟପ୍ରଦେଶରେ ୪ମାସରେ ୮୦୨ ପୁରୁଷ ଘରୋଇ ହିଂସାର ଶିକାର

0

ଭୋପାଳ : କେବଳ ମହିଳା ନୁହନ୍ତି; ପୁରୁଷ ମଧ୍ୟ ଘରୋଇ ହିଂସାର ଶିକାର ହୋଇଥାନ୍ତି। ଏମିତି ମାମଲା ଗୋଟିଏ ଅଧେ ନୁହେଁ; ବହୁ ପରିମାଣରେ ଯେ ଘଟିଥାଏ ତାହାର ଦୃଷ୍ଟାନ୍ତ ପ୍ରଦାନ କରିଛି ମଧ୍ୟପ୍ରଦେଶ ପୁଲିସ। ଗତ ୪ ମାସ ମଧ୍ୟରେ ଏହି ରାଜ୍ୟରେ ବହୁ ସଂଖ୍ୟାରେ ପୁରୁଷ ଘରୋଇ ହିଂସାର ଶିକାର ହୋଇଥିବା ନେଇ ୮୦୨ ଅଭିଯୋଗ ପଞ୍ଜôକୃତ ହୋଇଥିବା ପୁଲିସ ମୁଖପାତ୍ର ହେମନ୍ତ ଶର୍ମା ସୂଚନା ଦେଇଛନ୍ତି। ପୁଲିସ ପକ୍ଷରୁ ଘରୋଇ ହିଂସା ସମ୍ପର୍କରେ ଅଭିଯୋଗ ପାଇଁ ଜାରି ହୋଇଥିବା ‘ଡାଏଲ-୧୦୦’ ଜରୁରୀ ସେବା(ହେଲ୍ପ ଲାଇନ୍‌) ଜରିଆରେ ଏହି ସଂଖ୍ୟକ ପୁରୁଷଙ୍କ ଅଭିଯୋଗ ମିଳିଥିବାବେଳେ ୨୨ହଜାର ମହିଳାଙ୍କ ଅଭିଯୋଗ ହସ୍ତଗତ ହୋଇଛି। ଜାନୁଆରୀ ମାସରେ ୧୫୮, ଫେବୃଆରୀରେ ୧୭୯, ମାର୍ଚ୍ଚରେ ୨୧୨ ଓ ଏପ୍ରିଲରେ ୨୫୩ ଜଣ ପୁରୁଷଙ୍କଠାରୁ ଏଭଳି ଅଭିଯୋଗ ହସ୍ତଗତ ହୋଇଥିବା ସେ କହିଛନ୍ତି। ରାଜ୍ୟର ବାଣିଜ୍ୟିକ ରାଜଧାନୀ ଇନ୍ଦୋରୁ ସର୍ବାଧିକ ୭୨ଟି ଅଭିଯୋଗ ଆସିଥିବାବେଳେ ରାଜଧାନୀ ଭୋପାଳରୁ ୫୨ଟି ମିଳିଛି। ଏହି ପୁରୁଷମାନେ ସେମାନଙ୍କ ପତ୍ନୀଙ୍କ ବିରୋଧରେ ହିଁ ଅଭିଯୋଗ କରିଛନ୍ତି। ସେହିଭଳି ଇନ୍ଦୋରରୁ ୨୧୧୫ ଓ ଭୋପାଳରୁ ୧୫୪୬ ମହିଳା ସେମାନଙ୍କ ସ୍ୱାମୀଙ୍କ ବିରୋଧରେ ହିଂସା ଅଭିଯୋଗ ଆଣିଛନ୍ତି।

Leave A Reply