୩ ଚର୍ଚ୍ଚରେ ଆତ୍ମଘାତୀ ବିସ୍ଫୋରଣ; ୧୧ ମୃତ

0

ଜାକର୍ତ୍ତା : ଇଣ୍ଡୋନେସିଆର ସୁରବାୟା ସହରରେ ଥିବା ତିନିଟି ଚର୍ଚ୍ଚରେ ଆତ୍ମଘାତୀ ବିସ୍ଫୋରଣ ଘଟି ୧୧ଜଣଙ୍କର ମୃତ୍ୟୁ ହେବା ସହ ୪୧ଜଣ ଆହତ ହୋଇଛନ୍ତି। ପୁଲିସ କହିବା ଅନୁଯାୟୀ ପ୍ରଥମ ବିସ୍ଫୋରଣ ସାନ୍ତା ମାରିଆ ରୋମାନ କ୍ୟାଥୋଲିକ ଚର୍ଚ୍ଚରେ ହୋଇଥିଲା। ଏଥିରେ ୪ଜଣଙ୍କର ମୃତ୍ୟୁ ହୋଇଥିଲା। ପ୍ରଥମ ବିସ୍ଫୋରଣର କିଛି ମିନିଟ୍‌ ପରେ ଡିପୋନେଗୋରୋ ଦ୍ୱିତୀୟ ବିସ୍ଫୋରଣ ହୋଇଥିଲା। ତୃତୀୟ ବିସ୍ଫୋରଣ ମାଙ୍ଗେରାସ୍ଥିତ ଏକ ଚର୍ଚ୍ଚରେ ହୋଇଥିଲା। ପ୍ରଥମ ଓ ଦ୍ୱିତୀୟ ବିସ୍ଫୋରଣରେ ଆତ୍ମଘାତୀମାନେ ମୋଟର ସାଇକଲରେ ଆସି ବିସ୍ଫୋରଣ ଘଟାଇଥିଲା। ତୃତୀୟ ଘଟଣାରେ ଜଣେ ମହିଳା ଦୁଇ ଛୋଟ ଶିଶୁଙ୍କ ସହ ଆସି ଚର୍ଚ୍ଚ ପରିସରରେ ବିସ୍ଫୋରଣ ଘଟାଇଥିଲା। ଇଣ୍ଡୋନେସିଆ ଚର୍ଚ୍ଚ ଆସୋସିଏସନ୍‌ ଏହି ଘଟଣାକୁ ତୀବ୍ର ନିନ୍ଦା କରିଛି। ବିସ୍ଫୋରଣ ପାଇଁ କୌଣସି ସଂଗଠନ ନିଜକୁ ଦାୟୀ କରି ନ ଥିବାବେଳେ ପ୍ରଶାସନର ତଦନ୍ତକୁ ଅପେକ୍ଷା କରାଯାଇଛି।

Leave A Reply